ପୁଣି ଉଠିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ

ପୁଣି ଉଠିଲା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପ୍ରସଙ୍ଗ । ଭାରତ ନିଜର ବିବେକ ଓ ନୈତିକତା ଅନୁସାରେ ଏହି ପ୍ରସଙ୍ଗର ବିବେଚନା କରୁ ବୋଲି କହିଛି ବାଂଲାଦେଶ । ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କ ପ୍ରେସ ସଚବି ସଫିକୁଲ ଆଲାମ କହିଛନ୍ତି । ମାନବିକତା ବିରୋଧୀ ସମ୍ପର୍କିତ କେତେକ ମାମଲା ହସିନାଙ୍କ ବିରୋଧରେ ରହିଥିବାରୁ ତାଙ୍କୁ ପ୍ରତ୍ୟର୍ପଣ କରାଯାଉ ବୋଲି ଦୀର୍ଘ ଦିନ ଧରି ଦାବି କରିଆସୁଛି ବାଂଲାଦେଶ । ଜାତିସଂଘର କେତେକ ତଥ୍ୟକୁ ଆଧାର କରି ପୁଣି ଥରେ ଏହି ଦାବି ଦୋହରାଇଛି ବାଂଲାଦେଶ ।

ହସିନାଙ୍କ ପ୍ରତ୍ୟର୍ପଣ ଲାଗି ଭାରତ ନିକଟରେ ବାଂଲାଦେଶ ଆଇନଗତ ଭାବେ ଦାବି କରିଆସୁଛି । ସାଧାରଣ ନାଗରିକଙ୍କୁ ହତ୍ୟା କରାଯିବା କ୍ଷେତ୍ରରେ କୌଣସି ଆଞ୍ଚଳିକ ମେଣ୍ଟ, ରାଜନୈତିକ ଶକ୍ତି ଆଦି କାହାରିକୁ କ୍ଷମା ଦେଇପାରିବେ ନାହିଁ ବୋଲି କୁହାଯାଇଛି । ବାଂଲାଦେଶ ଓ ବ୍ରିଟେନ ସହ ଭାରତର ରହିଥିବା ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ଲାଗି ଏହି ପ୍ରତ୍ୟର୍ପଣ କରାଯାଉ ବୋଲି କହିଛି ବାଂଲାଦେଶ । ବାଂଲାଦେଶରେ ରାଜନୈତିକ ଅସ୍ଥିରତା ପରେ ଭାରତ ଚାଲିଆସି ଗତବର୍ଷ ଅଗଷ୍ଟରୁ ଆଶ୍ରୟ ନେଇଛନ୍ତି ହସିନା