spot_img

Latest Posts

ଭାରତରେ ଚିକିତ୍ସା କରିବାକୁ ଆସି ନିଖୋଜ ବାଂଲାଦେଶ ସାଂସଦ

ନନ୍ଦିଘୋଷ ବ୍ୟୁରୋ : ଭାରତରେ ଚିକିତ୍ସା କରିବାକୁ ଆସି ନିଖୋଜ ବାଂଲାଦେଶ ସାଂସଦ ଅନୱର ଉଲ ଅଜିମ୍ ଅନାର। କୋଲକାତାର ନ୍ଯୁଟାଉନରେ ତାଙ୍କୁ ହତ୍ଯା କରାଯାଇଥିବା ନେଇ ଅଭିଯୋଗ କରିଛି ବାଂଲାଦେଶ। ଏ ନେଇ ଗତକାଲି ବାଂଲାଦେଶ ଗୃହମନ୍ତ୍ରୀ ରାଜଧାନୀ ଢାକାରେ ପ୍ରତିକ୍ରିୟା ରଖିଥଲେ। କୋଲକାତାରେ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ଯା କରାଯାଇଥିବା ନେଇ କହିଥିଲେ। ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଥିବା ନେଇ ମଧ୍ୟ ସେ ସୂଚନା ଦେଇଥିଲେ। ମାମଲାର ତନାଘନା କରୁଛି କୋଲକାତା ପୋଲିସ। ଅଧିକ ତଦନ୍ତ ଲାଗି ଭାରତରେ ବାଂଲାଦେଶ ପୋଲିସ ଟିମ୍ କୋଲକାତା ସିଆଇଡି ସହ ମିଶି ତନାଘନା ଚଲାଇଛି। ଏଥିରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ବାଂଲାଦେଶୀ ବୋଲି ଜଣାପଡିଛି। ସାଂସଦ ଅନୱର ଉଲ୍ ଅଜିମ ବାଂଲାଦେଶରେ କ୍ଷମତାରେ ଥିବା ଆୱାମି ଲିଗର ଜଣେ ସାଂସଦ। ସେ ମେ’ ୧୨ ତାରିଖରେ ଚିକିତ୍ସା ପାଇଁ କୋଲକାତା ଆସିଥିଲେ।ଏହାପରେ ତାଙ୍କ ନିଖୋଜ ଖବର ସାମ୍ନାକୁ ଆସିଥିଲା । ସେ ନିଖୋଜ ହୋଇଯାଇଥିବାରୁ କୋଲକାତା ପୁଲିସ୍ ମେ’ ୧୮ରେ ଗୋଟିଏ ଅଭିଯୋଗ ପାଇଥିଲା । ପ୍ରାରମ୍ଭିକ ଅଭିଯୋଗ ପରେ କୋଲକାତାର ବାରାନଗର ପୁଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଅଜିମଙ୍କ ଶେଷ ଥର ପାଇଁ ସହରର ନ୍ୟୁଟାଉନ ଅଞ୍ଚଳରେ ରହିଥିବା ଖବର ମିଳିଥିଲା। ଏଠାରେ ଥିବା ଗୋଟିଏ ଫ୍ଲାଟକୁ ସେ ଯାଇ ଜଣେ ବ୍ୟକ୍ତିଙ୍କୁ ଦେଖା କରିଥିଲେ। ହେଲେ ସେଠାରେ ତାଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ହୋଇ ଯାଇଥିବା ସନ୍ଦେହ କରିଛି କୋଲକାତା ପୋଲିସ ।

Latest Posts

Don't Miss