spot_img

Latest Posts

ବାଂଲାଦେଶରେ ସମ୍ବିଧାନ ପରିବର୍ତ୍ତନ କରିବାକୁ ଦାବି

ନନ୍ଦିଘୋଷ ବ୍ୟୁରୋ: ବାଂଲାଦେଶରେ ସମ୍ବିଧାନ ପରିବର୍ତ୍ତନ କରିବାକୁ ଦାବି। ବାଂଲାଦେଶରେ ସକ୍ରିୟ ଛାତ୍ର ସଂଗଠନ ଆଣ୍ଟି ଡିସକ୍ରିମିନେସନ ଷ୍ଟୁଡେଣ୍ଟସ ମୁଭମେଣ୍ଟ ପକ୍ଷରୁ ଏହି ଦାବି କରାଯାଇଛି। ଦେଶର ୧୯୭୨ ସମ୍ବିଧାନ ଉପରେ ପ୍ରଶ୍ନ ଉଠାଇ ସରକାର ଘୋଷଣାପତ୍ର ଜାରି କରିବାକୁ ଦାବି କରିଛି ଛାତ୍ର ସଂଗଠନ। ସେପଟେ ଛାତ୍ର ସଂଗଠନର ଏହି ଦାବିକୁ ଦୂରେଇ ରହିଛନ୍ତି ୟୁନୁସ ସରକାର ଏବଂ ପ୍ରମୁଖ ବିରୋଧ ଦଳ। ଏହାକୁ ନେଇ ଛାତ୍ର ସଂଗଠନ ଏକ ଘୋଷଣାପତ୍ର ଜାରି କରିବାକୁ ଘୋଷଣା କରିଛି। ସହିଦ ମିନାର ପରିସରରେ ଏହି ଘୋଷଣା ପତ୍ର ଜାରି କରାଯିବ।

ପୁରୁଣା ସମ୍ବିଧାନରେ ଥିବା ଅସମାନତା ସହ ନୂଆ ସମ୍ବିଧାନରେ କଣ ସବୁ ପରିବର୍ତ୍ତନ ଆସିବ ସେ ନେଇ ଘୋଷଣା କରିବ ଛାତ୍ର ସଂଗଠନ। ସେପଟେ ପ୍ରସ୍ତାବକୁ ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ପାର୍ଟି ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଖାରଜ କରି ଦେଇଛି। ସମ୍ବିଧାନରେ ଯଦି କିଛି ଅସମାନତା ଅଛି ତେବେ ଏହାକୁ ସଂଶୋଧିତ କରାଯାଇପାରିବ ବୋଲି କହିଛି ବିଏନପି। ବାଂଲାଦେଶର ଅନ୍ତରୀଣ ସରକାର ମଧ୍ୟ ଏହି ପ୍ରସ୍ତାବଠାରୁ ନିଜକୁ ଦୂରେଇ ରଖିଛନ୍ତି। ଏହି ଘୋଷଣାପତ୍ରକୁ ନେଇ ସରକାରଙ୍କ କୌଣସି ସମ୍ପର୍କ ନାହିଁ ବୋଲି କହିଛି ବାଂଲାଦେଶ ସରକାର

ସେପଟେ ବାଂଲାଦେଶରେ ଏଣ୍ଟ୍ରି ମାରିଛି ପାକିସ୍ତାନ ସେନା। ଦୁଇ ଦେଶର ସେନା ମିଳିତ ସମରାଭ୍ଯାସ କରିଛନ୍ତି। ଦୁଇ ଦେଶର ସମରାଭ୍ୟାସରେ ବିପଦର ଗନ୍ଧ ବାରିଛି ଭାରତ। ଦୁଇ ଦେଶ ମଧ୍ୟରେ କିଛିଟା ଚାଲିଥିବା ସନ୍ଦେହ କରିଛି ଭାରତ। ପାକିସ୍ତାନୀ ସେନା ବାଂଲାଦେଶ ସେନାକୁ ପ୍ରଶିକ୍ଷଣ ଦେବ। ବର୍ଷ ତମାମ ବାଂଲାଦେଶ ସେନା ପ୍ରଶିକ୍ଷଣ ନେବ। ବାଂଲାଦେଶରେ ଥିବା ସମସ୍ତ ୧୦ ସୈନ୍ୟ କମାଣ୍ଡରେ ଚାଲିବ ଟ୍ରେନିଂ।

Latest Posts

Don't Miss