spot_img

Latest Posts

T-20 ବିଶ୍ବକପ ୨୦୨୬: ଭାରତରେ ମ୍ୟାଚ ଖେଳିବ ବାଂଲାଦେଶ, ଭେନ୍ୟୁ ପରିବର୍ତ୍ତନକୁ ICCର ଅଗ୍ରାହ୍ୟ

ଭେନ୍ୟୁ ପରିବର୍ତ୍ତନ ପାଇଁ ବାଂଲାଦେଶ ବାରମ୍ବାର ଅପିଲ କରିଥିଲେ ହେଁ ସେନେଇ କୌଣସି ଫାଇଦା ହୋଇନାହିଁ । କାରଣ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ସୁରକ୍ଷାର ମାପଦଣ୍ଡକୁ ପରଖିବା ପରେ ବାଂଲାଦେଶର ଭେନ୍ୟୁ ବଦଳାଇବାକୁ ଅଗ୍ରାହ୍ୟ କରିଦେଇଛି । ଏହାଫଳରେ ବାଂଲାଦେଶକୁ ଏକ ବଡ଼ ଝଟକା ଲାଗିଛି । ୨୦୨୬ ଟି-୨୦ ବିଶ୍ବକପର ମ୍ୟାଚ ଖେଳିବାକୁ ବାଂଲାଦେଶ ଭାରତ ଆସିବ ବୋଲି ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି ।

ଏକ ସୂତ୍ର ମୁତାବକ, ଆଇସିସି ନିଜର ଯାଞ୍ଚରେ ସୁରକ୍ଷା ସହ ଜଡ଼ିତ କାରଣକୁ ପରଖିଥିଲା । ଟୁର୍ଣ୍ଣାମେଣ୍ଟ ସମୟରେ ବାଂଲାଦେଶୀ ଖେଳାଳିଙ୍କ ପ୍ରତି କୌଣସି ବିପଦ ନଥିବା ଜଣାପଡ଼ିଥିଲା । ସେଥିପାଇଁ ଆଇସିସି ବାଂଲାଦେଶର ଅପିଲକୁ ଅଗ୍ରାହ୍ୟ କରିଦେଇଛି । ଆସନ୍ତା ଫେବୃଆରୀ ମାସ ୭ ତାରିଖରୁ ଟ-୨୦ ବିଶ୍ବକପର ଶୁଭାରମ୍ଭ ହେବ । ବିଶ୍ବକପର ପ୍ରଥମ ମ୍ୟାଚ ଖେଳି ବାଂଲାଦେଶର ନିଜର ଯାତ୍ରା ଆରମ୍ଭ କରିବ ।

ଏହିକ୍ରମରେ ବାଂଲାଦେଶର କ୍ରୀଡ଼ା ମନ୍ତ୍ରଣାଳୟର ପରାମର୍ଶଦାତା ଆସିଫ ନଜରୁଲଙ୍କ ଦାବିକୁ ମଧ୍ୟ ଆଇସିସି ଅଗ୍ରାହ୍ୟ କରିଦେଇଛି । ମୁସ୍ତାଫିଜୁର ରହମାନଙ୍କୁ ଟିମରେ ସାମିଲ କଲେ ବିପଦ ବଢ଼ିଯିବ ବୋଲି କୁହାଯାଇଥିଲା । ମାତ୍ର ଏବେ ଆଇସିସି ତାହାକୁ ଖଣ୍ଡନ କରିଥିବା ଜଣାପଡ଼ିଛି । ବାଂଲାଦେଶ ପାଇଁ ଭାରତରେ କୌଣସି ବିପଦ ନଥିବା ଆଇସିସି ତରଫରୁ କୁହାଯାଇଛି ।

Latest Posts

Don't Miss