spot_img

Latest Posts

T-20 ବିଶ୍ବକପ ୨୦୨୬ ଖେଳିବ ବାଂଲାଦେଶ: ଆସିଲା ବଡ଼ ଖୁସି ଖବର

ବାଂଲାଦେଶ କ୍ରିକେଟ ଟିମ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଚଳିତ ବର୍ଷ ହେବାକୁ ଥିବା ମହିଳା ଟି-୨୦ ବିଶ୍ବକପ ୨୦୨୬ ପାଇଁ ବାଂଲାଦେଶ କ୍ବାଲିଫାଏ କରିଛି । ଟିମ ସୁପର-୬ରେ ଥାଇଲାଣ୍ଡକୁ ୩୯ ରନରେ ପରାସ୍ତ କରିଛି । ବାଂଲାଦେଶ କ୍ରିକେଟ ପାଇଁ ଗତ କିଛି ସପ୍ତାହ ବେଶ ଚ୍ୟାଲେଞ୍ଜପୂର୍ଣ୍ଣ ରହିଥିଲା । ପୁରୁଷ ଟି-୨୦ ବିଶ୍ବକପ ୨୦୨୬ ପାଇଁ ଭାରତ ନ ଆସିବାକୁ ଜିଦ କରିଥିଲା । ଫଳରେ ବାଂଲାଦେଶ ଟୁର୍ଣ୍ଣାମେଣ୍ଟରୁ ବାହାର ହେବା ସହ ତା’ ବଦଳରେ ସ୍କଟଲାଣ୍ଡକୁ ସ୍ଥାନ ମିଳିଥିଲା ।

ଏହା ମଧ୍ୟରେ ବାଂଲାଦେଶ କ୍ରିକେଟ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଦେଶର ମହିଳା ଟିମ ଏହି ବର୍ଷ ଇଂଲଣ୍ଡରେ ଖେଳାଯିବାକୁ ଥିବା ମହିଳା ଟି-୨୦ ବିଶ୍ବକପ ୨-୨୬ ପାଇଁ କ୍ବାଲିଫାଏ କରିଛି । ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) କାରଣରୁ ବାଂଲାଦେଶ ଏଥର ପୁରୁଷ ଟି-୨୦ ବିଶ୍ବକପରୁ ଆଉଟ ହୋଇଯାଇଥିଲା । ମାତ୍ର ଏହା ମଧ୍ୟରେ ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ପୁରୁଷ ଟିମ ବିଶ୍ବକପରୁ ବାଦ ପଡ଼ିଥିଲେ ହେଁ ଏବେ ମହିଳା ଟିମ୍ ବିଶ୍ବକପ ଖେଳିବ । ବାଂଲାଦେଶ ଓ ନେଦରଲାଣ୍ଡକୁ ମିଳିଛି ବିଶ୍ବକପ ଟିକେଟ । ଜୁନ ୧୨ରୁ ବିଶ୍ବକପ ଆରମ୍ଭ ହୋଇ ଜୁଲାଇ ୫ରେ ସରିବ । ମୋଟ ୧୨ଟି ଟିମ୍ ଏଥିରେ ଅଂଶଗ୍ରହଣ କରିବେ । ୮ଟି ଟିମକୁ ଟି-୨- ବିଶ୍ବ ୨୦୨୪ ଓ ଟି-୨୦ ରାଙ୍କିଂ ଆଧାରରେ ଚୟନ କରାଯାଇଛି । ୪ଟି ଟିମକୁ କ୍ବାଲିଫାୟର ଜରିଆରେ ବିଶ୍ବକପର ଟିକେଟ ପ୍ରାପ୍ତ ହେବ । ୧୦ଟି ଟିମ ଖେଳିବା ସ୍ପଷ୍ଟ ହୋଇସାରିଥିବା ବେଳେ ୨ଟି ଟିମ୍ କ୍ବାଲିଫାଏ କରିବାକୁ ବାକି ଅଛି ।

Latest Posts

Don't Miss