spot_img

Latest Posts

ସମାଜବାଦୀ ପାର୍ଟି ନେତାଙ୍କ ଘରେ ଇଡି ରେଡ ; ଏକକାଳୀନ ୧୦ଟି ସ୍ଥାନରେ ଚଢାଉ

ନନ୍ଦିଘୋଷ ବ୍ୟୁରୋ : ସମାଜବାଦୀ ପାର୍ଟି ନେତାଙ୍କ ଘରେ ଇଡି ରେଡ। ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ବିଧାୟକ ବିନୟ ଶଙ୍କର ତିୱାରୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରେଡ। ଏକକାଳୀନ ଦେଶର ୧୦ଟି ସ୍ଥାନରେ ଚଢାଉ କରିଛି ଇଡି। ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଡି ଏହି ରେଡ୍ କରିଛି । ବିନୟ ଶଙ୍କର ତିୱାରୀଙ୍କ ଗୋରଖପୁର, ଲକ୍ଷ୍ନୌ, ନୋଏଡା ଏବଂ ମୁମ୍ବାଇରେ ଥିବା ଠିକଣାରେ ଇଡି ରେଡ କରୁଛି । ବିନୟ ଶଙ୍କରଙ୍କ ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିଛି ଇଡି । ତାଙ୍କୁ ଖୁବଶୀଘ୍ର କୋର୍ଟରେ ହାଜର କରାଯିବ ବୋଲି କହିଛି ଇଡି । ମେସର୍ସ ଗଙ୍ଗୋତ୍ରୀ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ନାମକ କମ୍ପାନୀ ଏହାର ପ୍ରମୋଟର, ନିର୍ଦ୍ଦେଶକ, ଗ୍ୟାରେଣ୍ଟରଙ୍କ ସହିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱରେ ୭ଟି ବ୍ୟାଙ୍କରୁ ୧୧୨୯.୪୪ କୋଟି ଟଙ୍କାର ଋଣ ସୁବିଧା ପାଇଥିଲା। ପରେ ସେ ଏହି ରାଶିକୁ ଅନ୍ୟ କମ୍ପାନୀଗୁଡ଼ିକୁ ପଠାଇ ଦେଇଥିଲେ। ତେବେ ବ୍ୟାଙ୍କଗୁଡ଼ିକୁ ଟଙ୍କା ଫେରସ୍ତ କଲେ ନାହିଁ । ଏହି କାରଣରୁ ବ୍ୟାଙ୍କଗୁଡ଼ିକର ୭ଶହ କୋଟିରୁଟି ଟଙ୍କାର କ୍ଷତି ହୋଇଛି ।

ପୂର୍ବତନ ବିଧାୟକ ବିନୟ ଶଙ୍କର ତିୱାରୀଙ୍କ ୭୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ନଭେମ୍ବର ୨୦୨୩ରେ ଜବତ କରିଥିଲା। ଟଙ୍କା ଆତ୍ମସାତ କରିବା ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ବ୍ୟାଙ୍କଗୁଡ଼ିକର ଅଭିଯୋଗ ଉପରେ, ସିବିଆଇ ମୁଖ୍ୟାଳୟ ମାମଲା ରୁଜୁ କରିଥିଲା। ଏହା ପରେ ଇଡି ମଧ୍ୟ ବିନୟ ତିୱାରୀଙ୍କ ସମେତ କମ୍ପାନୀର ସମସ୍ତ ନିର୍ଦ୍ଦେଶକ, ପ୍ରମୋଟର ଏବଂ ଗ୍ୟାରେଣ୍ଟରଙ୍କ ବିରୁଦ୍ଧରେ ଅର୍ଥ ହେରଫେର ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

Latest Posts

Don't Miss