ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡିଆରେ ମାତିଲେଣି ଟିକେଟ ବ୍ଲାକର । ଅନଲାଇନ୍ ଓ ଅଫଲାଇନ୍ ଟିକେଟ ବିକ୍ରି ହୋଇ ନଥିବା ବେଳେ ଆଗୁଆ ସୋସିଆଲ ମିଡିଆରେ ଷ୍ଟାଟସ ଦେଇ ଟିକେଟ କଳା ବଜାରୀ ଆରମ୍ଭ କରି ଦେଲେଣି । ମୂଳ ଟିକେଟ ଦରର ପାଖାପାଖି ୫ ଗୁଣା ଦରରେ ଟିକେଟ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଟିକେଟ ବିକ୍ରି ପୂର୍ବରୁ ଏହିଭଳି ସୋସିଆଲ ମିଡିଆରେ ପୋଷ୍ଟ ବର୍ତ୍ତମାନ ସମୟରେ ସନ୍ଦେହ ସୃଷ୍ଟି କରିଛି ।
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୯ ତାରିଖରେ ମ୍ୟାଚ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜିଠାରୁ ଅନଲାଇନରେ ଟିକେଟ ମିଳିବ ବୋଲି ପ୍ରେସମିଟରେ କୁହାଯାଇଥିଲା । ଓଡ଼ିଶାର କ୍ରିକେଟପ୍ରେମୀମାନେ ମ୍ୟାଚ ଦେଖିବା ପାଇଁ ଆଗ୍ରହୀ ରହିଥିବାବେଳେ ଏହାର ଫାଇଦା ନେଇ ଦଲାଲମାନେ ମାତିଛନ୍ତି ।

