ମରାମତି ହେବ ବାରବାଟୀ ଷ୍ଟାଡିୟମରେ ଲାଗିଥିବା ଫ୍ଲଡ୍ ଲାଇଟ୍, ଜାଣନ୍ତୁ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ଉପରେ କଣ ପଡ଼ିବ ପ୍ରଭାବ ?

1 min read

ଆସନ୍ତା ଡିସେମ୍ବର ୨୨ରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ୱାନ୍ ଡେ ମ୍ୟାଚ୍ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ଯାଞ୍ଚ ହୋଇଛି । ଦେବ ମସ୍କୋ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ଷ୍ଟାଡିୟମରେ ଲାଗିଥିବା ଫ୍ଲଡ୍ ଲାଇଟକୁ ତନ୍ନ ତନ୍ନ କରି ଯାଞ୍ଚ କରିଛି । ଷ୍ଟାଡିୟମରେ ଲାଗିଥିବା ୮ଟି ଫ୍ଲଡ୍ ଲାଇଟ୍ ପୋଲ ସହ ପ୍ରତିଟି ଲାଇଟର ସ୍ଥିତି ପରଖିଛନ୍ତି ।

ଫୋନି ବାତ୍ୟାରେ ୫ରୁ ୧୦ ପ୍ରତିଶତ ଲାଇଟ୍ ଖରାପ ହୋଇଥିବା ବେଳେ କିଛି ସ୍ଥାନରେ ୱେୟାରିଂରେ ତ୍ରୁଟିଥିବା ଜଣାପଡ଼ିଛି । କ୍ଷୟକ୍ଷତି ନେଇ କମ୍ପାନୀ କର୍ମଚାରୀ ଏକ ରିପୋର୍ଟ ପ୍ରସ୍ତୁତ କଲାପରେ ମରାମତି ଆରମ୍ଭ ହେବ । ୧୦ରୁ ୧୨ ଜଣ କର୍ମଚାରୀ ୧୫ ଦିନ ମଧ୍ୟରେ ସଜାଡ଼ିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଉଛି ।

ଗତ ମେ ମାସରେ ବାତ୍ୟା ‘ଫୋନି’ ତାଣ୍ଡବରେ ବାରବାଟୀ ଷ୍ଟାଡିୟମରେ ଲାଗିଥିବା ଫ୍ଲଡ୍ ଲାଇଟ୍ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ବାରବାଟୀରେ ହେବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ଆୟୋଜନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଫ୍ଲଡ୍ ଲାଇଟ୍ ଯାଞ୍ଚ ପରେ ଏହି ଆଶଙ୍କା ଦୂର ହୋଇଛି । ଫଳରେ ବାରବାଟୀରେ ଡିସେମ୍ବର ୨୨ରେ ଖେଳାଯିବାକୁ ଥିବା ଦିନିକିଆ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ')}

Leave a Reply