ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଧ୍ୱଜା

ସମ୍ବଲପୁର: ବରଗଡ଼ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଆରମ୍ଭ ହେଲା ପ୍ରସ୍ତୁତି ପର୍ବ । ପୂର୍ବ ଲଗ୍ନ ଧାର୍ଯ୍ୟ ଅନୁଯାୟୀ ରବିବାର ସନ୍ଧ୍ୟାରେ ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଥିଲା । ପରେ ଆଜ୍ଞାମାଳ ଧରି ଘଣ୍ଟ, ଘଣ୍ଟା,ସଂକୀର୍ତ୍ତନ, ହୁଳହୁଳି ସହ ରଙ୍ଗୀନ ଆଲୋକରେ ବାହାରିଥିଲା ବିରାଟ ଶୋଭାଯାତ୍ରା ।

ଆଜ୍ଞାମାଳ ଧରି ଶୋଭାଯାତ୍ରା ପହଞ୍ଚିଥିଲା ହାତପଦା ସଞ୍ଚାର ପଡିଆରେ । ସେଠାରେ ରାଜ ପୁରୋହିତଙ୍କ ଦ୍ୱାରା ଅନୁଷ୍ଠିତ ପୂଜାର୍ଚ୍ଚନା ରେ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା କମିଟିର ଅଧକ୍ଷ ଜ୍ୟୋତିରଞ୍ଜନ ପ୍ରଧାନ ଏସ୍‌ପି ପଦ୍ମିନୀ ସାହୁ କର୍ତ୍ତା ଦାୟିତ୍ୱ ତୁଲାଇଥିଲେ । ଜିଲ୍ଲାପାଳ ନଡ଼ିଆ ଭାଙ୍ଗିବା ପରେ ଶୁଭଧ୍ୱଜା ସ୍ଥାପିତ ହୋଇଥିଲା ।

ଏହି ଉତ୍ସବରେ ଉପ ଜିଲ୍ଲାପାଳ,ସମସ୍ତ ପ୍ରଶାସନିକ ଅଧିକାରୀ, ଯାତ୍ରା କମିଟି ସଦସ୍ୟ, କଳାକାର ଓ ଜନସାଧାରଣ ସାମିଲ ହୋଇଥିଲେ। ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୭୧ତମ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହା ଆସନ୍ତା ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇ ଜାନୁଆରୀ ୧୦ ତାରିଖ ପର୍ଯ୍ୟନ୍ତ ଦଶ ଦିନ ଧରି ଚାଲିବ ।

Leave a Reply