ଛତୁଆ ଦେଉଛି ଭଲ ରୋଜଗାର

1 min read

ବରଗଡ଼: ସଶକ୍ତ ହେଲେ । ଜ୍ଞାନ ଆହରଣ ପାଇଁ ବିଦେଶ ଗଲେ । ପରିଶ୍ରମ ବଳରେ ସ୍ବାବଲମ୍ବୀ ହେଲେ ଏସଏଚଜି ମାଆ । ଛତୁଆ ତିଆରି କରି ଭଲ ରୋଜଗାର କରିପାରିଛନ୍ତି ମିଶନ ଶକ୍ତି ମହିଳା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ କୃତଜ୍ଞତା ଜଣଇଛନ୍ତି ସମସ୍ତ ମହିଳା ।

ମହିଳା ଏବେ ଅବଳା ନୁହଁ ସବଳା । ଆଉ ଘର କୋଣରେ ନୁହଁ ବିଦେଶକୁ କରୁଛନ୍ତି ଯାତ୍ରା । ନିଜ ହାତ ତିଆରି ସାମଗ୍ରୀର ପ୍ରଚାର ପ୍ରସାର ସହ ବିଦେଶୀ ଜିନିଷ ଉପରେ କରିପାରୁଛନ୍ତି ଜ୍ଞାନ ଆହରଣ  । ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଯୋଗୁ ଆଜି ରୋଜଗାରକ୍ଷମ ହୋଇପାରିଛନ୍ତି ମହିଳା । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକର ବିନ୍ଧ୍ୟବାସିନୀ ଓ ଇନ୍ଦ୍ରାବାସିନୀ SHG ଗ୍ରୁପ ଗତ ୨୦୧୧ ମସିହାରୁ ଛତୁଆ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ । ଏହି ଗୃପ ବିଭିନ୍ନ ସ୍କୁଲ, ଅଙ୍ଗନବାଡି କେନ୍ଦ୍ର ଓ ଦୋକାନକୁ ଛତୁଆ ଯୋଗାଇ ଆଜି ଭଲ ରୋଜଗାର କରିପାରୁଛି । ଛତୁଆ ପ୍ରସ୍ତୁତ ବେଳେ ସ୍ବଚ୍ଛତାକୁ ଗୁରୁତ୍ବ ଦେଇଛନ୍ତି ଏହି ଏସଏଚଜି ମାଆ ମାନେ ।

ଏସଏଚଜି ଗ୍ରୁପ ପାଇଁ ମିଶନ ଶକ୍ତି ଯୋଜନା ବରଦାନ ସାଜିଛି । ପଲ୍ଲୀରୁ ଦିଲ୍ଲୀ ତଥା ବିଦେଶ ଗସ୍ତ କରିବାର ସୁଯୋଗ ପାଇପାରିଛନ୍ତି ଉଭୟ ଗ୍ରୁପର ମହିଳା ମାନେ। ଏହି SHG ଗ୍ରୁପର ମହିଳା ହାଣ୍ଡିଶାଳରୁ ବାହାରି ଫ୍ଲାଇଟ ଯୋଗେ ଦୁବାଇ ଯାତ୍ରା କରିଛନ୍ତି।

ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଓ SHG ଗ୍ରୁପର ମହିଳା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ କୃତଜ୍ଞତା ଜଣଇଛନ୍ତି ।