ଇଏ କେମିତିକା ପିଶାଚ, ସ୍ତ୍ରୀ ଓ ଶାଶୂକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା..

ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀ ଓ ଶାଶୂକୁ ହତ୍ୟା କରି ମାଟିରେ ପୋତି ଦେଇଥିଲା ପିଶାଚ ସ୍ବାମୀ । ମୃତକ ହେଲେ ସୋନାଲି ଦଳାଇ ଓ ଶାଶୂ ସୁମତା ଦଳାଇ । ଅଭିଯୁକ୍ତ ସ୍ଵାମୀ ଦେବାଶିଷ ପାତ୍ର ଗିରଫ । କୁଳିଅଣା ଥାନା ସରପଙ୍ଖା ନୂଆଁଗାଁରେ ଘଟିଛି ଏହି ଡବଲ ମର୍ଡର। କୁଳିଅଣା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ ସହ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି । ପାରିବାରିକ କଳହ ପାଇଁ ବାପଘରେ ରହୁଥିଲେ ସୋନାଲି । ଗତ ୧୨ ତାରିଖରେ ସ୍ବାମୀ ଘରକୁ ଆସିଥିଲେ ମୃତକ ସୋନାଲି ଓ ତାଙ୍କ ମାଆ । ହେଲେ ଗତ ୧୭ଦିନ ଧରି ମାଆ ଓ ଝିଅ ନିଖୋଜ ଥିବାର ଅଭିଯୋଗ ହୋଇଥିଲା । କୁଳିଅଣା ପୋଲିସ ସାହାଯ୍ୟରେ ଅଭିଯୁକ୍ତ ଦେବାଶିଷ ଘରକୁ ଆସି ତନାଘନା ପରେ ଖୋଲିଛି ଗୁମର । ଉଭୟ ଝିଅ ଓ ଶାଶୂଙ୍କୁ ଗତ ୧୫ତାରିଖରୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ସ୍ପିକାର କରିଛି ଅଭିଯୁକ୍ତ ଦେବାଶିଷ ।