ବିରାଟଙ୍କ ଅବସରକୁ ନେଇ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର, ଶୁଣିଲେ ଆସିଯିବ ରାଗ..

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ମାସରେ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯିବ । ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୮ ଜଣିଆ ଟିମର ନେତୃତ୍ବ ନେଉଛନ୍ତି ଶୁଭମନ ଗିଲ । ଯୁବ ଖେଳାଳିମାନେ ଇଂଲଣ୍ଡ ଗସ୍ତରେ ଯାଉଥିବାବେଳେ ବିରାଟ ଏବଂ ରୋହିତଙ୍କ ଭଳି ଖେଳାଳି ନଜର ଆସିବେ ନାହିଁ । ତେବେ ଇଂଲଣ୍ଡ ଗସ୍ତ ପୂର୍ବରୁ ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟରୁ ଅବସର ଘୋଷଣା କରିଛନ୍ତି । ଯାହାକି ସମସ୍ତ କ୍ରିକେଟ ଫ୍ୟାନ୍ସଙ୍କୁ ବଡ଼ ଝଟକା ଲାଗିଛି ନିଶ୍ଚୟ । କିନ୍ତୁ ବିରାଟଙ୍କ ଅବସରକୁ ନେଇ ପାକିସ୍ତାନର ପୂର୍ବତନ କ୍ରିକେଟର ଏକ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି ।

ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲ୍ଲୀ ୟୁଟ୍ୟୁବ ଚ୍ୟାନେଲରେ ଲଜ୍ଜାଜନକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି କି, ବିରାଟ ଆଗୁଆ ଅବସର ନେଇଛନ୍ତି ଭଲ ହେଇଛି । ନହେଲେ ଇଂଲଣ୍ଡ ଗସ୍ତରେ ଖେଳିଥିଲେ ଅଧିକ ଲଜ୍ଜିତ ହୋଇଥାନ୍ତେ । କେବଳ ଏତିକି ନୁହେଁ ସେ କହିଛନ୍ତି କି, ଭାରତୀୟ ଦଳ ଇଂଲଣ୍ଡରେ ବଡ଼ ପରାଜୟର ସାମ୍ନା କରିବାକୁ ଯାଉଛି । ଏଭଳି ଏକ ଭିଡିଓ ସେ ୟୁଟ୍ୟୁବରେ ଅପଲୋଡ କରିଥିବାବେଳେ ୟୁଜର୍ସମାନେ ତାଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳୁଛି ।

ତେବେ କହି ରଖୁଛୁ କି, ପୂର୍ବରୁ ପାକିସ୍ତାନୀ କ୍ରିକେଟରମାନେ ଭାରତୀୟ କ୍ରିକେଟରଙ୍କୁ ବେଶ ପ୍ରଶଂସା କରୁଥିଲେ । ଭାରତରେ ମଧ୍ୟ ସେମାନଙ୍କ ଫ୍ୟନ୍ ଫଲୋର୍ସ ରହିଥିଲେ । ମାତ୍ର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତ ପାକିସ୍ତାନୀ ୟୁଟ୍ୟୁବରଙ୍କ ଆକାଉଣ୍ଟକୁ ନିଷିଦ୍ଧ ଘୋଷଣା କରିବା ପରେ ସେମାନଙ୍କ ପ୍ରତିକ୍ରିୟା ସବୁ ବଦଳି ଯାଇଛି ।