ଘଣ୍ଟାଏ ଯାଏ ବନ୍ଦ ରହିଲା ଅକ୍ସିଜେନ୍ ବିତରଣ, ବାତ୍ରା ହସ୍ପିଟାଲରେ ଚାଲିଗଲା ୮ ଜଣଙ୍କ ଜୀବନ

1 min read
Batra Hospital runs out of oxygen, 8 patients die before Delhi govt rushes supply

ନୂଆଦିଲ୍ଲୀ: ଅକ୍ସିଜେନ୍ ଅଭାବ ପାଇଁ ଚାଲିଗଲା ୮ ରୋଗୀଙ୍କ ଜୀବନ । ଦିଲ୍ଲୀ ହାଇକୋର୍ଟରେ ଏନେଇ ତଥ୍ୟ ରଖିଛି ଦିଲ୍ଲୀର ବାତ୍ରା ହସ୍ପିଟାଲ । ହସ୍ପିଟାଲ ପକ୍ଷରୁ କୁହାଯାଇଛି, ପ୍ରାୟ ଘଣ୍ଟାଏ ଧରି ଅକ୍ସିଜେନ୍ ଅଭାବ ଯୋଗୁଁ ଜଣେ ଡାକ୍ତରଙ୍କ ସହ ୮ ଜଣଙ୍କ ମୃତ୍ୟୁ ହୋଇଛି ।

ହସ୍ପିଟାଲ ପକ୍ଷରୁ କୋର୍ଟରେ କୁହାଯାଇଛି, ଆମେ ସମୟରେ ଅକ୍ସିଜେନ୍ ପାଇଲୁ ନାହିଁ । ଦିନ ପ୍ରାୟ ୧୨ଟା ବେଳେ ଅକ୍ସିଜେନ୍ ସରିଗଲା । ଆମେ ଜଣେ ଡାକ୍ତରଙ୍କୁ ମଧ୍ୟ ହରାଇଛୁ । ପ୍ରାୟ ଘଣ୍ଟାଏ ଧରି ଅକ୍ସିଜେନ୍ ବିନା ଆମେ ଚିକିତ୍ସା ଜାରି ରଖିଥିଲୁ ।

ଅକ୍ସିଜେନ୍ ଅଭାବ ନେଇ ବାତ୍ରା ହସ୍ପିଟାଲ ଜରୁରୀ ମେସେଜ୍ ପଠାଇଥିଲା । ମାତ୍ର ୧୦ ମିନିଟ୍ ପାଇଁ ଅକ୍ସିଜେନ୍ ଅଛି, ମେଡିକାଲରେ ୩୨୬ ଜଣ ଆଡମିଟ୍ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ କୁହାଯାଇଥିଲା । ଏନେଇ ଦିଲ୍ଲୀର ମନ୍ତ୍ରୀ ରାଘବ ଚଢ଼ା କହିଛନ୍ତି- ଜରୁରୀ ମେସେଜର ମାତ୍ର ୫ ମିନିଟ ମଧ୍ୟରେ ଅକ୍ସିଜେନ୍ ଟ୍ୟାଙ୍କର ମେଡିକାଲରେ ପହଞ୍ଚିଥିଲା ।

Leave a Reply