ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ: ନନ୍ଦିଗ୍ରାମ ପାଇଁ ଅଣ୍ଟା ଭିଡ଼ିଲେ ମମତା, ଘନ ଘନ ରୋଡ୍ ଶୋ’

କୋଲକାତା: ଆଜି ହେଉଛି ପଶ୍ଚିମବଙ୍ଗ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ପାଇଁ ଶେଷ ଦିନ। ଏଥିପାଇଁ ଜୋରସୋରରେ ଚାଲିଛି ନିର୍ବାଚନୀ ପ୍ରଚାର। ଆଜି ପ୍ରଚାରରେ ପ୍ରତିଶୃତିର ବର୍ଷା କରି ଭୋଟରକୁ ହାତେଇବା ପାଇଁ ଚେଷ୍ଟା କରିବେ ଉଭୟ ଦଳ। ଆସନ୍ତା ଏପ୍ରିଲ ୧ରେ ପଶ୍ଚିମବଙ୍ଗରେ ହେବ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ।

ଅନ୍ୟପଟେ ୩୦ଟି ଆସନ ମଧ୍ୟରୁ ଭିଭିଆଇପି ସିଟ୍‌ ନନ୍ଦିଗ୍ରାମ୍‌ ପାଇଁ ବି ଏଥର ହେବ ମତଦାନ। ଏଥିପାଇଁ ଟିକିଏ ବି ସମୟ ନଷ୍ଟ ନକରି ଘନ ଘନ ରୋଡ ଶୋ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହି ଆସନରେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ସହ ମମତାଙ୍କର ହେବ ମୁହାଁମୁହିଁ ଟକ୍କର। ଗତକାଲି ହଜାର ହଜାର ସମର୍ଥକଙ୍କ ମଧ୍ୟରେ ଦିଦି ରଣହୁଙ୍କାର ଦେଇଥିଲେ। ବିଜେପିକୁ ଟାର୍ଗେଟ କରିବା ସହ ଟିଏମସି ଛାଡ଼ି ବିଜେପିରେ ମିଶିଥିବା ଶୁଭେନ୍ଦୁଙ୍କର ଗୋଟିଏ ଗୋଟିଏ ଦୁର୍ନୀତିର ଗଣି ଗଣି ହିସାବ ବି ଦେଇଥିଲେ।

ସେପଟେ ବିଜେପି ମଧ୍ୟ ନନ୍ଦିଗ୍ରାମରେ ଜୋରଦାର ପ୍ରଚାର ଚଲାଇଛି। ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ବଢୁଥିବା ହିଂସାକୁ ପ୍ରସଙ୍ଗ କରି ଲୋକଙ୍କ ମତ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଛନ୍ତି। ତେବେ ଶୁଭେନ୍ଦୁଓ ମମତା କାହା ଉପରେ କିଏ ଭାରି ପଡ଼ୁଛି ତାହା ଖୁବଶୀଘ୍ର ସ୍ପଷ୍ଟ ହୋଇଯିବ।

Leave a Reply