ଘରୋଇ କ୍ରିକେଟର ଫର୍ମାଟ ବଦଳାଇଲା BCCI, ଏବେ ଏମିତି ହେବ ମ୍ୟାଚ୍
1 min read
ନନ୍ଦିଘୋଷ ବ୍ୟୁରୋ: ଘରୋଇ କ୍ରିକେଟ (ଦିନିକିଆ)କୁ ନେଇ ବିସିସିଆଇର ଏକ ବଡ଼ ନିଷ୍ପତ୍ତି । ଦିନିକିଆ କ୍ରିକେଟ ଫର୍ମାଟରେ ହେଲା ପରିବର୍ତ୍ତନ । ଏବେ ଘରୋଇ ଦିନିକିଆରେ ପ୍ଲେଟ ଗ୍ରୁପ୍ ସିଷ୍ଟମ ଦେଖିବାକୁ ମିଳିବ । ନୂଆ ଦିନିକିଆ ସିଜିନରେ ଏହି ଫର୍ମାଟ ଦେଖିବାକୁ ପାଇବେ ଦର୍ଶକ । ଆଉ ଏହାର ଆରମ୍ଭ ଦୀଲିପ ଟ୍ରଫିରୁ ହେବ । ସୂଚନାଯୋଗ୍ୟ, ଅଗଷ୍ଟ ୨୮ରୁ ଦୀଲିପ ଟ୍ରଫି ଆରମ୍ଭ ହେବାକୁ ଯାଉଛି । ୨୮ ତାରିଖରେ ଦୁଇଟି ମ୍ୟାଚ ଖେଳାଯିବ । ପ୍ରଥମ ମ୍ୟାଚ୍ ନର୍ଥ ଜୋନ ଓ ଇଷ୍ଟ ଜୋନ ଭିତରେ ଖେଳାଯିବ । ସେହିପରି ଦ୍ବିତୀୟ ମ୍ୟାଚ୍ ସେଣ୍ଟାଲ ଜୋନ ଓ ନର୍ଥ ଇଷ୍ଟ ଜୋନ ମଧ୍ୟରେ ଖେଳାଯିବ ।
BCCIର ବଡ଼ ନିଷ୍ପତ୍ତି
ସୂଚନଯୋଗ୍ୟ, ଘୋରାଇ ଦିନିକିଆ, ଯେଉଁଥିରେ ବିଜୟ ହଜାରେ ଟ୍ରଫି, ସିନିୟର ମହିଳା ଦିନିକିଆ ଟ୍ରଫି, ଅଣ୍ଡର-୨୩ ପୁରୁଷ ଟେଷ୍ଟ ଏ ଟ୍ରଫିରେ ସବୁ ଟିମ୍ ୪ଟି ଏଲିଟ ଓ ଗୋଟିଏ ପ୍ଲେଟ ଗ୍ରୁପରେ ସାମିଲ ହେବେ । ସବୁଠାରୁ ତଳେ ଥିବା ୬ଟି ଟିମ ଏବେ ପ୍ଲେଯ ଗ୍ରୁପରେ ରହିବେ । ଏହାପୂର୍ବରୁ ଦେଖିବାକୁ ମିଳୁଥିଲା କି ପ୍ରତି ସିଜିନରେ ପ୍ଲେଟ ଗ୍ରୁପରୁ ୨ଟି ଟିମ ହିଁ ଉପରକୁ ଯାଉଥିବା ବେଳେ ୨ଟି ଟିମ ତଳକୁ ଆସୁଥିଲେ । ଏହାପରେ ଏବେ ଗୋଟିଏ ଟିମ ପ୍ରମୋଟ ବା ରିଲିଗେଟ ହେବା ଦେଖି ପାରିବେ । ସେତିକି ନୁହେଁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ସିନିୟର ମହିଳା ଟି-୨୦ ଟ୍ରଫିରେ ମଧ୍ୟ ବିସିସିଆଇ ପରିବର୍ତ୍ତନ କରିଛି । ନକ ଆଉଟ ଷ୍ଟାଜ ବଦଳରେ ସୁପର ଲିଗ ଷ୍ଟାଜ ନେବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ଏହାପୂର୍ବରୁ ବିସିସିଆଇ ରଣଜୀ ଟ୍ରଫିରେ ଏଲିଟ ଓ ପ୍ଲେଟ ଗ୍ରୁପ୍ ଫର୍ମାଟରେ ମ୍ୟାଚ କରିବାକୁ ନିଷତ୍ତି ନେଇଥିଲା । ଅକ୍ଟୋବରରେ ଆଣମ୍ଭ ହେଉଥିବା ୨୦୨୫-୨୬ ରଣଜୀ ଟ୍ରଫି ଟୁର୍ଣ୍ଣାମେଣ୍ଟ ଏହି ଫର୍ମାଟରେ ଖେଳାଯିବ ।
କାହିଁକି ଏମିତି ନିଷ୍ପତ୍ତି ?
ଭାରତରେ ଘରୋଇ କ୍ରିକେଟର ଆରମ୍ଭ ୨୮ ଅଗଷ୍ଟରୁ ହୋଇଥାଏ । ଏହି ଘରୋଇ ସିଜିନ ୨୦୨୬ ଏପ୍ରିଲ ୩ ତାରିଖରେ ସିନିୟର ମହିଳା ଦିନିକିଆ ଟ୍ରଫି ପର୍ଯ୍ୟନ୍ତ ଚାଲିବ । ଏହି ପରିବର୍ତ୍ତନ ମାଧ୍ୟମରେ ବିସିସିଆଇ ଘରୋଇ ଟୁର୍ଣ୍ଣାମେଣ୍ଟକୁ ଆହୁରି ଆକର୍ଷଣୀୟ କରିବାକୁ ଚାହୁଁଛି । ଏହାଦ୍ବାରା ପ୍ରତି ଲେଭଲର ଟିମଙ୍କ ପ୍ରଦର୍ଶନରେ ସୁଧାର ଆସିବା ସହ ପ୍ରତିଭାବାନ ଖେଳାଳି ସାମ୍ନାକୁ ଆସିବେ । ୨୦୨୬ରେ ଟିମ୍ ଇଣ୍ଡିଆ ଏକାଧିକ ଗୁରୁତ୍ବପୂର୍ଣ୍ଣ ଖେଳିବାକୁ ଯାଉଛି । ଆଉ ବିସିସିଆଇର ଏହି ନିଷ୍ପତ୍ତି ଯୋଗୁଁ ଏକାଧିକ ଖେଳାଳିଙ୍କୁ ଜାତୀୟ ଦଳରେ ସ୍ଥାନ ମିଳିପାରେ । ଏଥିରେ କେବଳ ପୁରୁଷ ନୁହେଁ, ମହିଳା ଖେଳାଳିବି ସାମିଲ ଅଛନ୍ତି । କିଛିବର୍ଷ ହେବ ଭାରତରେ ମହିଳା ଟିମ ବି ଭଲ ପଦର୍ଶନ କରୁଛନ୍ତି । ଏହି ଫଁମାଟ ଦ୍ବାରା ମହିଳା ଟିମକୁ ବି ଲାଭ ମିଳିବ ଓ ଏହାର ପ୍ରଭାବ ଖେଳରେ ଦେଖିବାକୁ ମିଳିବ ।