ଟିମ୍ ଇଣ୍ଡିଆର ଦୁଇ ବରିଷ୍ଠ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଭାରତୀୟ କ୍ରିକେଟ ଟିମର ଚିଫ୍ ସିଲେକ୍ଟର ଅଜିତ ଅଗରକରଙ୍କ ନେତୃତ୍ବାଧୀନ ସିଲେକ୍ସନ କମିଟି BCCIକୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟରୁ A+ କ୍ୟାଟେଗୋରୀକୁ ହଟାଇବାକୁ ପ୍ରସ୍ତାବ ଦେଇଛି । ଯଦି ଏହା ଲାଗୁ ହୁଏ, ତେବେ A, B ଓ C କ୍ୟାଟେଗୋରୀ ରହିବ । ବିରାଟ ଓ ରୋହିତଙ୍କୁ B କ୍ୟାଟେଗୋରୀରେ ରଖାଯାଇପାରେ । ବର୍ତ୍ତମାନ ଏହା କେବଳ ପ୍ରସ୍ତାବ ଅଟେ ।
ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ସିଷ୍ଟମରେ ବଡ଼ ପରିବର୍ତ୍ତନ ପାଇଁ ବିସିସିଆଇର ସିନିୟର ସିଲେକ୍ସନ କମିଟି ସୁପାରିଶ କରିଛି । ସିଲେକ୍ସନ କମିଟି ପକ୍ଷରୁ A+ କ୍ୟାଟେଗୋରୀକୁ ହଟାଇବାକୁ ପ୍ରସ୍ତାବ ରଖାଯାଇଛି, ଯେଉଁଥିରେ କି ଖେଳାଳିମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିଥାଏ । ଯଦି ଏହି ମଡେଲ ଲାଗୁ ହୁଏ, ତେବେ କେବଳ ୩ଟି କ୍ୟାଟେଗୋରୀ A, B ଓ C ଜାରି ରହିବ । ଅର୍ଥାତ ସବୁଠାରୁ ବଡ଼ A କ୍ୟାଟେଗୋରୀକୁ ସମ୍ପର୍ଣ୍ଣ ଭାବେ ସମାପ୍ତ କରିଦିଆଯିବ । ତେବେ ଏହା ଏବେ କେବଳ ଏକ ପ୍ରସ୍ତାବ ଓ BCCI ଏହା ଉପରେ ଅନ୍ତିମ ନିଷ୍ପତ୍ତି ନେଇନାହି ।
।
ଏହି ପ୍ରସ୍ତାବ ଉପରେ ବିସିସିଆଇର ପରବର୍ତ୍ତୀ ଆପେକ୍ସ କାଉନସିଲ ମିଟିଂରେ ଚର୍ଚ୍ଚା କରାଯିବ । । ବର୍ତ୍ତମାନର ସଣ୍ଟ୍ରାଲ କଣ୍ଟ୍ରାକ୍ଟ ଷ୍ଟ୍ରକଚରକୁ ପରିବର୍ତ୍ତନ କରାଯାଇ ପାରିବ କି ନାହି, ତା ଉପରେ ବୋର୍ଡର ଶୀର୍ଷ ଅଧିକାରୀ ବିଚାର କରିବେ । ଏହି ନୂଆ ନିୟମ ଲାଗୁ ହେଲେ, ରୋ-କୋଙ୍କୁ A+ ବଦଳରେ B କ୍ୟାଟେଗୋରୀରେ ରଖାଯିବ । ଏହି ପରିବର୍ତ୍ତନ ଦୁହିଁଙ୍କର ସୀମିତ ଫର୍ମାଟ ଖେଳିବା ଓ ଓ୍ବାର୍କଲୋଡ଼ ମ୍ୟାନେଜମେଣ୍ଟ ସହ ଜଡ଼ିତ ରହିଛି । ଯେଉଁମାନେ ଗୋଟିଏ ସିଜିନରେ ୩ ଟେଷ୍ଟ ବା ୮ ଦିନିକିଆ ବା ୧୦ ଟି-୨୦ ମ୍ୟାଚ ଖେଳିଥାନ୍ତି, ସେମାନଙ୍କୁ ବିସିସିଆଇ ନିୟମାନୁସାରେ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟରେ ରଖାଯାଇଥାଏ ।
BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଖେଳାଳିଙ୍କୁ କେତେ ଟଙ୍କ ମିଳିଥାଏ ?
ଗ୍ରେଡ A+ = ବାର୍ଷିକ ୭ କୋଟି ଟଙ୍କା
ଗ୍ରେଡ A = ବାର୍ଷିକ ୫ କୋଟି ଟଙ୍କା
ଗ୍ରେଡ B = ବାର୍ଷିକ ୩ କୋଟି ଟଙ୍କା
ଗ୍ରେଡ C = ବାର୍ଷିକ ୧ କୋଟି ଟଙ୍କା
BCCI ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ୦୨୪-୨୫ ଖେଳାଳିଙ୍କ ଲିଷ୍ଟ
ଗ୍ରେଡ-ଏରେ ୪ ଜଣ ଖେଳାଳି: ରୋହିତ ଶର୍ମା, ବିରାଟ କୋହଲି, ଯଶପ୍ରୀତ ବୁମ୍ରା, ରବିନ୍ଦ୍ର ଜାଡ଼େଜା
ଗ୍ରେଡ A+ରେ ୬ ଜଣ ଖେଳାଳି: ମହମ୍ମଦ ସିରାଜ, କେଏଲ ରାହୁଲ, ଶୁଭମନ ଗିଲ, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ଶାମୀ, ଋଷଭ ପନ୍ତ
ଗ୍ରେଡ B’ରେ ୫ ଜଣ ଖେଳାଳି: ସୂର୍ଯ୍ୟକୁମାର ଯାଦବ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଯଶସ୍ବୀ ଜୟସ୍ବାଲ, ଶ୍ରେୟସ ଆୟର
ଗ୍ରେଡ C’ରେ ୧୯ ଜଣ ଖେଳାଳି: ରିଙ୍କୁ ସିଂହ, ତିଲକ ବର୍ମା, ଋତୁରାଜ ଗାୟକ୍ବାଡ, ଶିବମ ଦୁବେ, ରବି ବିଷ୍ଣୋଈ, ଓ୍ବାଶିଂଟନ ସୁନ୍ଦର, ମୁକେଶ କୁମାର, ସଞ୍ଜୁ ସାମସନ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କୃଷ୍ଣା, ରଜତ ପାଟୀଦାର, ସରଫରାଜ ଖାନ, ଆକାଶ ଦୀପ, ନୀତୀଶ ରେଡ୍ଡୀ, ଧୃବ ଜୁରେଲ, ବରୁଣ ଚକ୍ରବର୍ତ୍ତୀ, ଈଶାନ କିଶନ, ଅଭିଷେକ ଶର୍ମା, ହର୍ଷିତ ରାଣା

