spot_img

Latest Posts

ମହଙ୍ଗା ପଡ଼ିଲା ନିୟମ ଉଲଙ୍ଘନ, ନୋଟିସ କଲା ବିଡିଏ

ବେଆଇନ ପାର୍କିଂ ଫି ଆଦାୟକୁ ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛି ବିଡିଏ । ସହରର ୧୪ଟି ହସ୍ପିଟାଲ ଓ ସପିଂ ମଲକୁ ବିଡିଏ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଏହି ସବୁ ସଂସ୍ଥା ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେ ନେଇ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ବିଡିଏ ପକ୍ଷରୁ ନୋଟିସରେ କୁହାଯାଇଛି ।

ରୁଦ୍ରପୁରର ସିମ୍ଫୋନି ମଲ, ମଧୁସୂଦନ ନଗରରେ ଥିବା ଦି ଓ୍ବାର୍ଲଡ, ଖାରବେଳ ନଗରରେ ଥିବା ଫୋରମ୍ ମାର୍ଟ, ପଟିଆର ମାରୁତି ଇଷ୍ଟେଟ୍ ପ୍ରାଇଭେଟ୍ ଲିମିଟେଡ, ପାହାଳର ପଲ୍ ମନ୍ତ୍ରା, ସହୀଦ ନଗରର ସୁରୁଚି କଣ୍ଟିନେଣ୍ଟାଲ, ଭବାନୀ ମଲ, ସଫାରି ଟିଟ୍ରେଟସକୁ ନୋଟିସ୍ ହୋଇଛି । ସେହିପରି ଲାଇଫ୍ ଲାଇନ, ସେଣ୍ଟ୍ରାଲ୍ ମଲ୍, ଆପୋଲୋ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ, କ୍ବାଲିଟି କେୟାର ଇଣ୍ଡିଆକୁ ନୋଟିସ୍ କରାଯାଇଛି । ସମସ୍ତେ ୭ ଦିନ ମଧ୍ୟରେ ଉତ୍ତର ଦେବାକୁ ନୋଟିରେ ଉଲ୍ଲେଖ ରହିଛି । ଦରକାର ପଡ଼ିଲେ ପ୍ଲାନ୍ ଆପ୍ରୁଭାଲ୍ ଫେରାଇ ନେବାକୁ ଚେତାବନୀ ଦେଇଛି ବିଡିଏ । ଏଥିରେ ଖିଲାପ କଲେ ବିଡିଏ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସରେ ସ୍ପଷ୍ଟ ଉଲ୍ଲେଖ ଅଛି। ')}

Latest Posts

Don't Miss