spot_img

Latest Posts

ରାତି ହେଲେ ଦୁଆର ଦୁଆର ବୁଲି ଖାଦ୍ୟ ଖୋଜୁଛି ଭାଲୁ, ଦେଖନ୍ତୁ ଭିଡିଓ

ନବରଙ୍ଗପୁର: ରାତି ହେଲେ ଦୁଆର ଦୁଆର ବୁଲୁଛି ଭାଲୁ । ଜଙ୍ଗଲରୁ ଆସି ସିଧା ଘର ବାହାରେ ପହରା ଦେଉଛି ଭାଲୁ । ମନ୍ଦିର କବାଟ ଭାଙ୍ଗି ଫଳମୂଳ ସହ ଘିଆ ଖାଉଛି । ଏମିତି ପୁରା ଦୃଶ୍ୟ ରୋକର୍ଡ ହୋଇଛି କ୍ୟାମେରାରେ । ତେବେ ଏନେଇ ନବରଙ୍ଗପୁର ଜିଲ୍ଳା ତେନ୍ତୁଳିଖୁଣ୍ଟି ବ୍ଳକ ଅଞ୍ଚଳରେ ଲୋକେ ଭୟଭିତ ଅବସ୍ଥାରେ ରହୁଛନ୍ତି । ରାତି ହେଲେ ଘରର ତାଟି କବାଟ ସବୁ ବନ୍ଦ ହୋଇ ରହୁଛି ।

ସୂଚନା ଅନୁଯାୟୀ, କିଛି ଦିନ ହେବ ଗୋଟି ଏ ଭାଲୁ ଖାଦ୍ୟ ଖୋଜି ଖୋଜି ଗାଁ ମୁହାଁ ହୋଇଛି । ମନ୍ଦିରରେ ଘିଅ ଏବଂ ଫଳମୂଳର ବାସ୍ନାରେ ବୁଲୁଛି ମନ୍ଦର କୁ ମନ୍ଦିର । ଖାଲି ସେତିକି ନୁହେଁ ମନ୍ଦି କବାଟ କୁ ଭାଙ୍ଗିଛି ଭାଲୁ । କେତେକ ଲୋକଙ୍କ ଘରର ଗେଟକୁ ମଧ୍ୟ ଖୋଲିବାକୁ ଚେଷ୍ଟା କରୁଥିବାର ଭିଡିଓ ଏବେ ଭାଇରାଲ ହୋଇଛି ।

ଘିଅ ବାସ୍ନାରେ ଆଉ ଫଳମୂଳ ଖାଇବା ଆଶାରେ ମନ୍ଦିର ଭିତରକୁ ପଶିବାକୁ ଚେଷ୍ଟା କରିଛି। ସେଠାରୁ ଠାକୁରାଣୀ ମନ୍ଦିରକୁ ଏବଂ ସେଠି ମଧ୍ୟ ବିଫଳ ହେଲାପରେ ଭାଲୁଟି ରାଧାକୃଷ୍ଣ ମନ୍ଦିରକୁ ଆସି ପାଚେରୀ ଡେଇଁ କବାଟ ଭାଙ୍ଗି ଥିଲା।  ଏମତି ପ୍ରତି ଦିଅ ଗାଁ ଭିତରକୁ ଆସୁଛି ଭାଲୁ । କୁକୁର ଭୁକିବା ଶବ୍ଦ ହେଲେ ଏବେ  ଭାଲୁ ଆସିଲା ବୋଲି ଗ୍ରାମବାସୀ ଜାଣିଦେଉଛନ୍ତି ।

Latest Posts

Don't Miss