spot_img

Latest Posts

ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିବେ ଦିଲ୍ଲୀପ ଘୋଷ: ଦଳୀୟ ଅସ୍ତନ୍ତୋଷ ନେଇ ହୋଇପାରେ ଆଲୋଚନା

ନୂଆଦିଲ୍ଲୀ: ରବିବାର ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ସାକ୍ଷାତ କରିବେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ । ପଶ୍ଚିମବଙ୍ଗ ବିଜେପିରେ ଚାଲିଥିବା ମତଭେଦକୁ ନେଇ ରାଷ୍ଟ୍ରୀୟ ସଭାପତିଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ।

                ସଦ୍ୟ ସମାପ୍ତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ପରାଜୟ ପରେ ରାଜ୍ୟ ବିଜେପି ଭିତରେ ଅସନ୍ତୋଷର ସ୍ୱର ତୀବ୍ର ହୋଇଛି । ମୁକୁଲ ରାୟଙ୍କ ଭଳି ଆଉ କିଛି ନେତା ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇ ବିଜେପି ଭିତରେ ଥିବା କନ୍ଦଳକୁ ସାମ୍ନାକୁ ଆଣିଛନ୍ତି ।  ଏଭଳି ପରିସ୍ଥିତିରେ ଘୋଷଙ୍କ ଦିଲ୍ଲୀ ଗସ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଯଦିଓ ଘୋଷ ଏହି ବୈଠକ ବାବଦରେ କିଛି କହିବାକୁ ମନା କରି ଦେଇଛନ୍ତି, ତଥାପି ସୂତ୍ରରୁ ଜଣାପଡିଛି ଯେ ରାଜ୍ୟ ବିଜେପିର ସାଂଗଠନିକ ଢାଞ୍ଚାରେ ଅନେକ ପରିବର୍ତ୍ତନ ହୋଇପାରେ।

ଉଲ୍ଲେଖ ଯୋଗ୍ୟ, ନିକଟରେ ସାଂସଦ ସୈମିତ୍ର ଖାନ, ରାଜୀବ ବାନାର୍ଜୀ ଏବଂ ବାବୁଲ ସୁପ୍ରିଓଙ୍କ ଭଳି ନେତାମାନେ ଦଳର ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ନିକଟରେ ସୈମିତ୍ର ଖାନ ଯୁବମୋର୍ଚ୍ଚା ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ଓ ଶୁଭେନ୍ଦୁ ଅଧିକାରୀଙ୍କୁ କଡା ସମାଲୋଚନା କରିଥିଲେ | ଅବଶ୍ୟ କିଛି ସମୟ ପରେ ସେ ନିଜ ଇସ୍ତଫା ଫେରାଇନେଇଥିଲେ | ଅପରପକ୍ଷରେ ମନ୍ତ୍ରି ମଣ୍ଡଳ ସମ୍ପ୍ରସାରଣ ଯୋଗୁଁ ବିଦା ହୋଇଥିବା ବାବୁଲ ସୁପ୍ରିଓ ମଧ୍ୟ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: କାନ୍ଧାର ମୁହାଁ ତାଲିବାନ ସୈନିକ: ୫୦ କୁଟନୀତିଜ୍ଞ ଓ ସୁରକ୍ଷାକର୍ମୀଙ୍କୁ ନେଇ ଭାରତକୁ ଫେରୁଛି ବାୟୁ ସେନା

Latest Posts

Don't Miss