ପଶ୍ଚିମବଙ୍ଗ ନିର୍ବାଚନରେ ଥମୁନି ହିଂସା: ସିଆଇଏସଏଫ୍ ଗୁଳିରେ ୪ ମୃତ

1 min read

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଥମୁନି ରାଜନୈତିକ ହିଂସା । ପୂର୍ବ ଥର ଭଳି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଛି ହିଂସା । କୁଚ ବିହାରରେ ଟିଏମସି ଓ ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି । ଉଭୟ ପକ୍ଷରୁ ଗୁଳି ଓ ବୋମା ମାଡ଼ ଆରମ୍ଭ ହୋଇଯାଇଥିଲା । ଯାହାକୁ ଅଟକାଇବା ପାଇଁ ସିଆଇଏସଏଫ୍  ସିଆଇଏସଫ ଯବାନଙ୍କ ଗୁଳିରେ ୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।  ଘଟଣାରେ ସ୍ଥାନୀୟ ପୋଲିସ ଓ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀ।

ତେବେ ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି ଓ ସେମାନେ ଟିଏମସି କର୍ମୀ ବୋଲି ଦଳ ଦାବି କରିଛି । ଘଟଣାରେ ତୁରନ୍ତ ପୋଲିସ ଓ ନିର୍ବାଚନ ଅଧିକାରୀ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ଟିଏମସି । ଅନ୍ୟପଟେ ବିଜେପି ପ୍ରାର୍ଥୀ ତଥା ସାଂସଦ ଲକେଟ୍ ଚାଟାର୍ଜୀଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଟିଏମସି କର୍ମୀମାନେ ଏଭଳି କାଣ୍ଡ ଭିଆଇଛନ୍ତି ବୋଲି ଲକେଟ୍ ଚାଟାର୍ଜୀ କହିଛନ୍ତି । ଏଥିସହ ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବା ନିର୍ବାଚନ ଅଧିକାରୀଙ୍କୁ କହିଛନ୍ତି ଲକେଟ୍ ଚାଟାର୍ଜୀ । ଆକ୍ରମଣ ସମୟରେ ମିଡିଆ ଗାଡି ମଧ୍ୟ ଭାଙ୍ଗିଛି।

Leave a Reply