spot_img

Latest Posts

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ମିଳିଲା ଜାମିନ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଜାମିନ। ବେଙ୍ଗାଳୁରୁ ସ୍ପେଶାଲ କୋର୍ଟ ରାହୁଲଙ୍କୁ ଜାମିନ ପ୍ରଦାନ କରିଛନ୍ତି। କର୍ଣ୍ଣାଟକରେ ଗତ ବିଧାନସଭା ନିର୍ବାଚନ ସମୟରେ ହେଉଛି ମାମଲା। ରାହୁଲ ଗାନ୍ଧୀ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ବିରୋଧରେ କମିଶନ ହଡ଼ପ ଅଭିଯୋଗ ଲଗାଇଥିଲେ। ଏହାପରେ ବିଜେପି ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଏହି ମାମଲା ରୁଜୁ କରିଥିଲେ। ୨୦୨୩ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଏକ ବିଜ୍ଞାପନ ପ୍ରକାଶ କରିଥିଲା। ଏହି ବିଜ୍ଞାପନକୁ ନେଇ କୋର୍ଟରେ ମାମଲା ରୁଜୁ ହୋଇଥିଲା।

ମାମଲାରେ ବିଜେପି କଂଗ୍ରେସ ଉପରେ ଖବରକାଗଜରେ ମିଛ ବିଜ୍ଞାପନ ପ୍ରକାଶ କରିଥିବା ଅଭିଯୋଗ କରିଥିଲା। ୨୦୨୩ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପକ୍ଷରୁ ୪୦ ପର୍ସେଣ୍ଟ ସରକାର ନାମରେ ବିଜ୍ଞାପନ ଦିଆଯାଇଥିଲା। ଏହା ବିରୋଧରେ କୋର୍ଟରେ ମାନହାନି ମାମଲା ରୁଜୁ କରିଥିଲା ବିଜେପି। ସେପଟେ ଏହି ମାମଲାରେ କର୍ଣ୍ଣାଟକ ମୁଖ୍ଯମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ଯମନ୍ତ୍ରୀ ଡି.କେ. ଶିବକୁମାରଙ୍କୁ ଜାମିନ ଦେଇଛନ୍ତି କୋର୍ଟ। ଜାଲ୍ ବିଜ୍ଞାପନ ଦେବା ଘଟଣାରେ ରାହୁଲ ଓ ଅନ୍ଯମାନଙ୍କ ନାମରେ ଅଭିଯୋଗ କରିଥିଲେ ବିଜେପି ସାଧାରଣ ସମ୍ପାଦକ କେଶରୀ ପ୍ରସାଦ।

Latest Posts

Don't Miss