ରାଜ୍ୟରେ କେତେ ଅଛନ୍ତି ନକଲି ଶିକ୍ଷକ? ଦୁଇ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

1 min read

ଭୁବନେଶ୍ୱର: ରାଜ୍ୟରେ କେତେ ଅଛନ୍ତି ନକଲି ଶିକ୍ଷକ। ଦୁଇ ଦିନ ଭିତରେ ରିପୋର୍ଟ ଦେବେ BEO ଓ DEO । କେତେ ନକଲି ଶିକ୍ଷକ ଚିହ୍ନଟ ହୋଇଛନ୍ତି ଏବଂ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଜାଣିବା ପରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ପ୍ରାଥମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ।

ଜାତି, ଜନ୍ମ ଓ ଶିକ୍ଷାଗତ ସାର୍ଟିଫିକେଟ୍ ଜାଲିଆତି କରିଥିବା ୩୦୦ ଶିକ୍ଷକଙ୍କୁ ଚିହ୍ନଟ କରାଯାଇଛି। ଏହା ଭିତରେ ସମସ୍ତଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ FIR ହୋଇଛି। ନକଲି ଶିକ୍ଷକଙ୍କୁ ଧରିବାକୁ କଣ ଉପାୟ ଅବଲମ୍ବନ କରିବେ ସେନେଇ ସରକାର BEO ଓ DEOଙ୍କୁ ଏସଓପି ଜାରି କରିଛନ୍ତି।

କିଛି ନକଲି ଶିକ୍ଷକ ଚାକିରିରୁ ବହିଷ୍କାର ହୋଇଥିବା ବେଳେ କିଛି ଗିରଫ ବି ହୋଇଛନ୍ତି। ଆଉ କିଛିଙ୍କ ବିରୋଧରେ ଅଭିଯୋଗ ମିଥ୍ୟା ପ୍ରମାଣିତ ହେବା ପରେ ପୁଣି ଚାକିରିରେ ଅବସ୍ଥାପିତ ହୋଇଛନ୍ତି।