spot_img

Latest Posts

ପୀତବାସ ପଣ୍ଡା ହତ୍ୟା ମାମଲା : ବ୍ରହ୍ମପୁର ଜେଲରୁ ଅଭିଯୁକ୍ତ ପିଣ୍ଟୁ ଦାସଙ୍କୁ ସ୍ଥାନାନ୍ତର

ନନ୍ଦିଘୋଷ ବ୍ୟୁରୋ : ବ୍ରହ୍ମପୁର ଓକିଲ ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୁକ୍ତ ପିଣ୍ଟୁ ଦାସଙ୍କୁ ଫୁଲବାଣୀ ଜେଲକୁ ନିଆଯାଉଛି। ବ୍ରହ୍ମପୁର ଜେଲରୁ ବାହାର କରି ତାଙ୍କୁ ଫୁଲବାଣୀ ଜେଲକୁ କଡ଼ା ସୁରକ୍ଷା ବଳରେ ନିଆଯାଉଛି। ଏବେ ସେ ବ୍ରହ୍ମପୁର ଜେଲରୁ ବାହାରିଲେ। କିଛି ଘଣ୍ଟା ପରେ ଫୁଲବାଣୀ ଜେଲରେ ପହଞ୍ଚିବେ । ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସ ତାଙ୍କୁ ଗିରଫ କରି ବ୍ରହ୍ମପୁର ଜେଲରେ ରଖିଥିଲା। ସୁରକ୍ଷା କାରଣରୁ ତାଙ୍କୁ ଫୁଲବାଣୀ ଜେଲକୁ ନିଆଯାଉଛି।

ଅନ୍ୟପଟେ ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲାରେ ସ୍ଵତନ୍ତ୍ର ସରକାରୀ ଓକିଲ ନିଯୁକ୍ତି ପାଇଁ ଡିଜିଙ୍କୁ ଚିଠି ଲେଖିଛନ୍ତି ବ୍ରହ୍ମପୁର ଏସପି। ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର। ସେ କହିଛନ୍ତି, ଡିଜି ଏହାକୁ ଅନୁମୋଦନ କରିବା ପରେ ତାକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଯିବ। ସରକାର ପରବର୍ତ୍ତୀ ନିଷ୍ପତ୍ତି ନେବେ। ବ୍ରହ୍ମପୁରର ବିଶିଷ୍ଟ ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗତ ୬ ତାରିଖରେ ଗୁଳି କରି ହତ୍ୟା କରାଯାଇଥିଲା। ବ୍ରହ୍ମପୁରରେ ଥିବା ତାଙ୍କ ବାସଭବନରୁ ଅଳ୍ପ ଦୂରରେ ହିଁ ତାଙ୍କୁ ଦୁର୍ବୃତ୍ତମାନେ ଗୁଳି କରିଥିଲେ। ଏହି ମାମଲାରେ ଦୁଇ ଜଣ ରାଜନେତାଙ୍କ ସମେତ ୧୩ ଜଣଙ୍କୁ ପୋଲିସ ଗିରଫ କରିଛି।

Latest Posts

Don't Miss