ସୁଧୁରିବ ବ୍ରହ୍ମପୁରର ଟ୍ରାଫିକ ସମସ୍ୟା । ରାସ୍ତାରୁ ଉଠିବେ ଉଠା ଦୋକାନୀ । ବିଇଏମସି ପକ୍ଷରୁ ଗଠନ ହେଲା ୬ ଟିମ୍ । ନିୟମିତ ସାହି ଗଳି ବୁଲି ସଚେତନ କରିବ ଟିମ୍ । ବାରମ୍ବାର ନିୟମ ଭାଙ୍ଗିଲେ ଆଦାୟ ହେବ ଜୋରିମାନା । ରାସ୍ତାକଡ଼ରେ ଠେଲା ଓ ଉଠା ଦୋକାନୀଙ୍କ ଯୋଗୁଁ ବ୍ରହ୍ମପୁରରେ ସୃଷ୍ଟି ହେଉଛି ଗୁରୁତର ଟ୍ରାଫିକ ସମସ୍ଯା । ବାରମ୍ବାର ଅଭିଯୋଗ ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିଆଯାଇଛି ପଦକ୍ଷେପ । ଏଥିପାଇଁ ନୂତନ ଭାବେ ୬ଟି ଏନଫୋସ୍ମେଣ୍ଟ ଟିମ୍ ଗଠନ କରାଯାଇଛି । ଏହି ୬ଟି ଟିମ ସହର ଗଳି ସାହିରେ ବୁଲି ବ୍ୟବସାୟୀଙ୍କ ସଚେତନ କରିବେ । ବାରମ୍ବାର ନିୟମ ଅମାନ୍ୟ କଲେ ଆଦାୟ ହେବ ଜୋରିମାନା ।
ସହରର ଗେଟ୍ ବଜାର, ଖଲ୍ଲିକୋଟ କଲେଜ ଛକ, ବିଜିପୁର ଛକ, ଗୋଷାଣୀ ନୂଆଗାଁ ଛକ, ଅର୍ଣ୍ଣପୂର୍ଣ୍ଣା ବଜାର, ସାନ ବଜାର, ବଡ଼ବଜାର ଭଳି ବିଭିନ୍ନ ସ୍ଥାନକୁ ବୁଲି ବ୍ୟବସାୟୀଙ୍କୁ ସଚେତନ କରାଯାଇଛି । ଅମାନିଆ ହେଲେ ଆଦାୟ କରାଯାଉଛି ଫାଇନ । BEMCର ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି ଉଠା ଦୋକାନୀ ଓ ଠେଲା ବ୍ୟବସାୟୀ । ତେବେ ବ୍ରହ୍ମପୁର ମହାନଗର ନିଗମ ମୁଖ୍ୟ ଫାଟକ ନିକଟରେ ଥିବା ସିଟି ହାଇସ୍କୁଲ ରୋଡକୁ ମଧ୍ଯ ଉଠାଦୋକାନ ମୁକ୍ତ କରିବାକୁ ଦାବି କରିଛନ୍ତି । ସେମାନଙ୍କ ନ ଉଠାଇ ଅନ୍ୟ ମାସିକିଆ ବଟି ଆଦାୟ କରି ଟିମ୍ ଛାଡ଼ି ଦେଉଥିବା ଅଭିଯୋଗ ହୋଇଛି

