spot_img

Latest Posts

ଟ୍ରକ ଚାପାରେ ଚାଲିଗଲା ନାବାଳକର ଜୀବନ

ନନ୍ଦିଘୋଷ ବ୍ୟୁରୋ: ଟ୍ରକ ଚାପାରେ ଚାଲିଗଲା ନାବାଳକର ଜୀବନ । ଗଞ୍ଜାମ ଜିଲ୍ଲା କୋଦଳା ଥାନା ମଠ ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଆଜି ସଂଧ୍ୟାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଟ୍ୟୁସନରୁ ୨ ଜଣ ଛାତ୍ର ସାଇକେଲରେ ଘରକୁ ଫେରୁଥିବା ବେଳେ ମୁଖ୍ଯ ରାସ୍ତାରେ ଟ୍ରକ୍ ଚାପି ଦେଇଥିବା ସୂଚନା ମିଳିଛି। ଜଣେ ଛାତ୍ର ଟ୍ରକ ଚକା ତଳେ ଚାପି ହୋଇ ଯାଇଥିବା ବେଳେ, ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଛାତ୍ର ଜଣକ ଅଷ୍ଟମ ଶ୍ରେଣୀର ଶୁଭଙ୍କର ନାହାକ ବୋଲି ଜଣାପଡିଛି। ଅନ୍ଯ ଜଣେ ଛାତ୍ର ଛିଟିକି ପଡିଥିବାରୁ ଆହତ ହୋଇଛନ୍ତି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କୋଦଳା ପୋଲିସ, ଅଗ୍ନିଶମ ବାହିନୀ, ଆମ୍ବୁଲାନ୍ସ ପହଞ୍ଚି ଟ୍ରକ ଚକା ତଳୁ ମୃତ ଛାତ୍ରଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଟ୍ରକ୍ ଡ୍ରାଇଭରକୁ ଅଟକ ରଖି ପୋଲିସ ତଦନ୍ତ କରୁଛି।

Latest Posts

Don't Miss