ଚୋରି ଧନ ଖୋଜୁ ଖୋଜୁ ପୋଲିକୁ ମିଳିଲା ପୁଳା ପୁଳା ସୁନା

ବ୍ରହ୍ମପୁର: କଥାରେ ଅଛି ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଥିଲେ । ଠିକ ସେହିପରି ଚୋରି ଧନ ଖୋଜୁଖୋଜୁ ପୋଲିସ ହାତରେ ପୁଳାପୁଳା ସୁନା । ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସକୁ ମିଳିଚି ବଡ଼ ସଫଳତା । ବନ୍ଦ ଘରୁ ଜବତ ହୋଇଛି  ପୁଳାପୁଳା ସୁନା ଓ ଟଙ୍କା । ସୁନା ଚୋରି ଅଭିଯୋଗରେ ସନିଆ ଗୌଡ଼କୁ ବିଶାଖାପାଟଣାରୁ ଗିରଫ କରିଛି ପୋଲିସ । ଅଭିଯୁକ୍ତକୁ ପଚରାଉଚରା ପରେ ସୁନା ବିକିଥିବା ଦୋକାନ ଓ ମୁଥୁଟ ଫାଇନାନ୍ସ କାର୍ଯ୍ୟାଳୟରେ ପୋଲିସ ଚଢ଼ାଉ କରିଛି ।ଏହି ସମୟରେ ୨ କେଜି ୭୨୮ ଗ୍ରାମ ସୁନା ସହିତ ୨୬ ଲକ୍ଷ ୩୮ ହଜାର ୫୦୦ ଟଙ୍କା ଜବତ କରାଯାଇଛି । ମାମଲାରେ ଚାରି ଜଣଙ୍କୁ ଗିରଫ କରିଛି ପୋଲିସ  । ସନିଆ ସହିତ ମୁଥୁଟ ଫାଇନାନ୍ସ ମ୍ୟାନେଜର ମୋହନ ପାଢୀ, ସୁନାରୀ ସନ୍ତୋଷ ଗାଇଓ୍ବାଡା ଓ ସୁରେନ୍ଦ୍ର ମହାପାତ୍ର ଗିରଫ ହୋଇଛନ୍ତି । ମାମଲାରେ ଆଉ କେଉଁମାନେ ସଂପୃକ୍ତ ସେନେଇ ତଦନ୍ତ ଜାରି ରହିଛି ।