ମହର୍ଷି ଦୟାନନ୍ଦଙ୍କ ନିର୍ବାଣ ଦିବସରେ ଭଦ୍ରକ ଆର୍ଯ୍ୟସମାଜ ପକ୍ଷରୁ ଅନୁଷ୍ଠିତ ସ୍ମୃତିଚାରଣ କାର୍ଯ୍ୟକ୍ରମ

ଭଦ୍ରକ: ମହର୍ଷି ଦୟାନନ୍ଦ ସରସ୍ୱତୀ ନିଜର ଅମୂଲ୍ୟଗ୍ରନ୍ଥର ସତ୍ୟାର୍ଥ ପ୍ରକାଶରେ ପ୍ରଥମେ ସ୍ୱରାଜ୍ୟ ଶଦ୍ଦ ପ୍ରୟୋଗ କରି ବିଦେଶୀ ଶାସକ ମାନଙ୍କୁ ଯଥାର୍ଥ ପ୍ରତ୍ୟୁତ୍ତର ଦେଇଥିଲେ । ଏହା ସହ ୮୦ ଭାଗ ସ୍ୱାଧୀନତା ସଂଗ୍ରାମୀ ଆର୍ଯ୍ୟସମାଜୀ ମାନଙ୍କୁ ପ୍ରେରିତ କରିପାରିଥିଲେ । ତେବେ ମହର୍ଷି ଦୟାନନ୍ଦଙ୍କ ନିର୍ବାଣ ଦିବସରେ ଭଦ୍ରକ ଆର୍ଯ୍ୟସମାଜ ପକ୍ଷରୁ ଆୟୋଜିତ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ବେଦବିତ୍ ବୀରେନ୍ଦ୍ର କୁମାର ପଣ୍ଡା ଏହି ସବୁ କଥାକୁ ପ୍ରକାଶ କରିଥିଲେ ।

ଆର୍ଯ୍ୟସମାଜର ସଂପାଦକ ଲକ୍ଷ୍ମୀଧର ପଣ୍ଡା ପ୍ରାରମ୍ଭିକ ସୂଚନା ଓ ସୁଶ୍ରୀ ସୁଶୀଳାରାଣୀ ଗୁପ୍ତା ପୌରାହିତ୍ୟ କରି ମହର୍ଷିଙ୍କ ରାଷ୍ଟ୍ରନୀତି ସଂପର୍କରେ ଆଲୋଚନା କରିଥିଲେ । ଶ୍ରୀବତ୍ସ ପଣ୍ଡାଙ୍କ ଜୟନ୍ତୀରେ କରାଯାଇଥିବା ବୌଦ୍ଧିକ ପ୍ରତିଯୋଗିତାରେ ପ୍ରତିଭାଧର ମାନଙ୍କର ପ୍ରମାଣ ପତ୍ର ସହ ସଂପାଦକ  ରବିନାରାୟଣ ଲେଙ୍କାଙ୍କ ତତ୍ତ୍ୱାବଧାନରେ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ କରୋନା ନିୟମ ପାଳନ କରାଯାଇ ବୈଦିକ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଆର୍ଯ୍ୟସମାଜର ସଦସ୍ୟ ଓ ସଦସ୍ୟା ମାନେ ଯଜ୍ଞରେ ଉପସ୍ଥିତ ରହିଥିଲେ ।

Leave a Reply