ସବୁଜ ପରିବେଶ ସୃଷ୍ଟି ନେଇ ବାର୍ତ୍ତା: ବିବାହ ପୂର୍ବରୁ ବୃକ୍ଷରୋପଣ କଲେ ଯୁବକ

ଭଦ୍ରକ: ଗଛ ଲଗାଇଲେ ବର । ଆଗ ବୃକ୍ଷରୋପଣ ପରେ ବିବାହ । କରୋନା ମାହାମାରୀ କାଳରେ ଅକ୍ସିଜେନ୍ ଅଭାବରୁ ଅନେକଙ୍କ ପ୍ରାଣ ଯାଉଛି । ଏପରି ପରିସ୍ଥିତିରେ ସୁସ୍ଥ ସବୁଜ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ବିବାହ ପୂର୍ବରୁ ଗଛ ଲଗାଇ ଚର୍ଚ୍ଚା ସାଉଁଟିଛନ୍ତି ଭଦ୍ରକ କୁନ୍ତଳା ଗାଁର ମହେଶ୍ୱର ଖିଲାର । ବିବାହ ପୂର୍ବରୁ ନିଜ ସାଙ୍ଗ ମାନଙ୍କୁ ସାଥିରେ ନେଇ ବିଭିନ୍ନ ମୂଲ୍ୟବାନ ୧୦ ଟି ଗଛ ଲଗାଇଛନ୍ତି । ତାଙ୍କର ଏପରି ଉଦ୍ୟମକୁ ଆଜି ସବୁ ବର୍ଗର ଲୋକ ସ୍ଵାଗତ କରିଛନ୍ତି । ଶ୍ରୀ ଶ୍ରୀ ଶୁକମୁନି ଫାଉଡେସନର ସଦସ୍ୟ ମହେଶ୍ୱର୍ ଖିଲାର୍ଙ୍କ ଆଜି ବିବାହ ଉତ୍ସବ ଥିଲା । ତେବେ ସେ କରୋନାର ଭୟାବହତାକୁ ଦେଖିବା ସହିତ ଲୋକମାନେ ଅମ୍ଳଜାନ ଅଭାବରୁ କିପରି ଏବେ ଠାରୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ତାହାକୁ ଦେଖି ବୃକ୍ଷ ରୋପଣ ଏକାନ୍ତ ଆବଶ୍ୟକ ବୋଲି ଅନୁଭବ କରିଥିଲେ । ତେଣୁ ସେ ତାଙ୍କର ବିବାହ ପୁଣ୍ୟ କାର୍ଯ୍ୟ ଆରମ୍ଭ ପୂର୍ବରୁ ନିଜ ସାଙ୍ଗ ମାନଙ୍କୁ ସାଥିରେ ନେଇ ବିଭିନ୍ନ  ମୂଲ୍ୟବାନ ଗଛ ଲଗାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩୦୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

Leave a Reply