ରଥଯାତ୍ରାରେ ବଡ ପାପ କରିଛନ୍ତି ରାଜ୍ୟ ସରକାର : ଭକ୍ତଚରଣ ଦାସ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରାରେ ବଡ ପାପ କରିଛନ୍ତି ରାଜ୍ୟ ସରକାର । ଠାକୁରଙ୍କ ପାଖକୁ ନମ୍ରତାର ସହ ଯିବା ଦରକାର । କର୍ଡନ ପାସ ଯାହାର ଅଛି ସେମାନେ ୩୦ ମିନିଟରୁ ଅଧିକ ସମୟ କର୍ଡନ ଭିତରେ ରହିବା ଉଚିତ ନୁହେଁ । କିନ୍ତୁ ପ୍ରଶ୍ନ ଉଠୁଛି ଯାତ୍ରା ଦେଖିଲା ପରି ବହୁତ ଲୋକଙ୍କୁ କର୍ଡନ ପାସ ଦେବା କଣ ଦରକାର ?
ବଡଦାଣ୍ଡ ହେଉଛି ମହାପ୍ରଭୁଙ୍କର । ଏହି ଦାଣ୍ଡରେ ବିଜେପି ରାଜନୈତିକ କାର୍ଯ୍ୟକ୍ରମ କରିବା ଠିକ ନୁହେଁ ବୋଲି କହି କଟାକ୍ଷ କରିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ । ରଥଯାତ୍ରାରେ ସରକାର ଭିଆଇପି ଶ୍ରଦ୍ଧା ଛାଡି ଭିଡକୁ ନିୟନ୍ତ୍ରଣ କରନ୍ତୁ । ସାଧାରଣ ଲୋକଙ୍କ ପ୍ରତି ପୋଲିସ ପ୍ରଶାସନର ଅଧିକ ଧ୍ୟାନ ରହୁ ବୋଲି ଦାବି କରିଛନ୍ତି ଭକ୍ତ ଦାସ । ଯେତେ ପାସ ବିଜେପି ଦେଇଥିଲା ତାହା କେବେ ବି ହୋଇନଥିଲା । ରଥଯାତ୍ରା ଦିନ ଛତିଶଗଡ଼ର ଗୋଟେ କାର ବଡଦାଣ୍ଡରେ କେମିତି ପଶିଲା ? କେଉଁ ଉପମୁଖ୍ୟମନ୍ତ୍ରୀଙ୍କ ସେ ଅତିଥି ତାହା ସମସ୍ତେ ଜାଣିବା ଦରକାର । ରଥଯାତ୍ରା ଅନ୍ଯ ସରକାର ସମୟରେ ବି ଆୟୋଜନ କରାଯାଇଛି । ହେଲେ କେବେ ତ କାହିଁ ତିନି ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇନଥିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ।