ମୃତଦେହ ନେଲେନି ପରିବାର, ଶବ ସତ୍କାର କଲେ ଉପଜିଲ୍ଲାପାଳ

Bhanjanagar Sub Collector Done Funeral Of Covid Suspect Body

ଭଞ୍ଜନଗର: ମହାମାରୀ କରୋନା ସଂକ୍ରମଣ ଭିତରେ ଦୂରେଇ ଯାଉଛି ପରିବାର । ଭୂତାଣୁ ପାଇଁ ପର ପାଲଟୁଛନ୍ତି ନିକଟ ସମ୍ପର୍କୀୟ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଭଞ୍ଜନଗର କୋଭିଡ୍ କେୟାର୍ ସେଣ୍ଟରରେ ଲଣ୍ଡେଇ ସାହିର କାଳିଚରଣ ସାହୁଙ୍କ ମୃତ୍ୟୁ ହୋଇଥିଲା । ହେଲେ ଶବ ନେବାକୁ ମନା କରି ଦେଇଥିଲେ ପରିବାର ଲୋକ ।

Bhanjanagar Sub Collector Done Funeral Of Covid Suspect Body

ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜି ଏକଥା ଜାଣିବା ପରେ ନିଜେ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ । ଉପଜିଲ୍ଲାପାଳ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ପହଞ୍ଚି ମୃତଦେହକୁ ସହରର ଶେଷ ଭାଗରେ ଥିବା ଶ୍ମଶାନକୁ ନେଇଥିଲେ । ସେଠାରେ ଅନ୍ତିମ ସତ୍କାର କରି ଦେଇଛନ୍ତି ମାନବିକତାର ପରିଚୟ । ପରିବାର ବର୍ଗ କରୋନା ସନ୍ଦେହ କରି ଶବ ପାଖକୁ ଯାଇ ନଥିବା ବେଳେ ଉପଜିଲ୍ଲାପାଳଙ୍କ ଉଦ୍ୟମକୁ ପ୍ରଶଂସନୀୟ ଲୋକେ ପ୍ରଶଂସା କରିଛନ୍ତି ।

Leave a Reply