spot_img

Latest Posts

କିସାନ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଭାରତ ବନ୍ଦର ଡାକରା, ଜାଣନ୍ତୁ କଣ ଖୋଲା କଣ ବନ୍ଦ

ନୂଆଦିଲ୍ଲୀ: ସଞ୍ଜୁକ୍ତ କିସାନ ମୋର୍ଚ୍ଚା କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୁଦ୍ଧରେ ସେପ୍ଟେମ୍ବର ୨୭ ରେ ଭାରତ ବନ୍ଦର ଡାକରା ଦେଇଛି। ସକାର ୬ଟାରୁ ସନ୍ଧ୍ୟା ୪ ପର୍ଯ୍ୟନ୍ତ ଦୀଲ୍ଲିର ରାସ୍ତାରେ ଧାରଣାରେ ବସିବେ କୃଷକ। ଆନ୍ଦୋଳନ ପାଇଁ ଗାଁରୁ ଚାଷୀ ମାନଙ୍କୁ ଡକାଯାଇଛି। ୪୦ କୃଷକ ସଂଗଠନର ଏକ ସଂଗଠନ ସଞ୍ଜୁକ୍ତ କିସାନ୍ ମୋର୍ଚା ଦେଶର ସମସ୍ତ ଲୋକଙ୍କୁ ଏହି ବନ୍ଦରେ ଯୋଗଦେବାକୁ ନିବେଦନ କରିଛି। ଏହା ସହିତ ସମସ୍ତ ରାଜନୈତିକ ଦଳ ଏବଂ ରାଜ୍ୟ ସରକାରଙ୍କୁ ମଧ୍ୟ ଭାରତ ବନ୍ଦରେ ଯୋଗଦେବା ପାଇଁ ଆଗରୁ ଆବେଦନ କରାଯାଇଛି।

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଚାଲିଥିବା ଆନ୍ଦୋଳନର ଦଶମାସ ଶେଷ ହେବା ପରେ ସଞ୍ଜୁକ୍ତ କିସାନ୍ ମୋର୍ଚ୍ଚା ମୋଦୀ ସରକାରଙ୍କ ବିରୋଧରେ ଭାରତ ବନ୍ଦର ଆହ୍ୱାନ ଦେଇଛି। ଭାରତୀୟ କିସାନ ୟୁନିଅନ ୟୁପି ରାଜ୍ୟ ସଭାପତି ରାଜଭୀର ସିଂ ଯାଦବ କହିଛନ୍ତି ଯେ ଆନ୍ଦୋଳନ ସ୍ଥଳରେ ବହୁ ସଂଖ୍ୟକ କୃଷକ ଉପସ୍ଥିତ ଅଛନ୍ତି। କେବଳ ସେହି କୃଷକମାନେ ଭାରତ ବନ୍ଦରେ ଯୋଗଦେବେ। ୟୁପି ଜିଲ୍ଲାର କୃଷକମାନେ ସେଦିନ ଆନ୍ଦୋଳନ ସ୍ଥଳକୁ ଆସିବେ ନାହିଁ।

ବନ୍ଦ ସମୟରେ ଆମ୍ବୁଲାନ୍ସ ଏବଂ ଜରୁରୀକାଳୀନ ସେବା ବନ୍ଦ ହେବ ନାହିଁ। ଆନ୍ଦୋଳନକାରୀ ଚାଷୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି ଯେ ଆମ୍ବୁଲାନ୍ସର ସାଇରନର ଶବ୍ଦ ଶୁଣିବା ମାତ୍ରେ ଆମ୍ବୁଲାନ୍ସକୁ ତୁରନ୍ତ ରାସ୍ତା ଦିଆଯିବ। ମାଲବାହି ମୋଟର ଯାନକୁ ଦିଲ୍ଲୀର ଭିତରେ କିମ୍ବା ବାହାରେ ଅନୁମତି ଦିଆଯିବ ନାହିଁ। ଅନେକ ବେସରକାରୀ ପରିବହନ ସଙ୍ଗଠନ ମିଳିତ କିସାନ ମୋର୍ଚ୍ଚା ସମର୍ଥନରେ ଏକାଠି ହୋଇଛନ୍ତି।

ଏହି କାରଣରୁ, ସେହି ଦିନ ଦେଶର ରାସ୍ତାରେ ଟ୍ରକ୍ ଇତ୍ୟାଦି ଭାରୀ ମୋଟର ଯାନ ସଂଖ୍ୟାରେ ମଧ୍ୟ କମି ଦେଖିବାକୁ ମିଳିବ। ୟୁପି ସଭାପତି ଜାଦୌନ କହିଛନ୍ତି ଯେ ଯଦି ଆନ୍ଦୋଳନକାରୀ ଚାଷୀଙ୍କୁ ହଟାଇବା ପାଇଁ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ, ତେବେ ଚାଷୀମାନେ ଜେଲ ଯିବାକୁ ପ୍ରସ୍ତୁତ ଅଛନ୍ତି। ଯାହାବି ହେଇଯାଉ ଭାରତ ବନ୍ଦ ସମୟରେ କୃଷକ ମାନେ ରାସ୍ତାରୁ ହଟିବେ ନାହିଁ।

Latest Posts

Don't Miss