ରାଜ୍ୟବ୍ୟାପୀ ବନ୍ଦ ପ୍ରଭାବ

1 min read

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଶ୍ରମିକ, କୃଷକ ଓ ଜନବିରୋଧି ନୀତି ବିରୋଧରେ ମିଳିତ କେନ୍ଦ୍ରୀୟ ଟ୍ରେଡ ୟୁନିୟନ ପକ୍ଷରୁ ଆଜି ୨୪ ଘଣ୍ଟିଆ ଦେଶବ୍ୟାପୀ ଧର୍ମଘଟର ଡାକରା ଦିଆଯାଇଛି। ଏହାର ପ୍ରଭାବ ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି। କଳିଙ୍ଗନଗର ଶିଳ୍ପାଞ୍ଚଳ ସମେତ କାଳିଆପାଣି ଖଣି ଅଞ୍ଚଳ, ବ୍ୟାସନଗର, ପାଣିକୋଇଲି, ଧର୍ମଶାଳା ଓ ଚଣ୍ଡିଖୋଲ ଆଦି ବିଭିନ୍ନ ପ୍ରମୁଖ ଅଞ୍ଚଳରେ ପିକେଟିଂ କରାଯିବା ସହ ରାସ୍ତାରୋକ କରାଯାଇଛି।

ସେହିଭଳି ଭାରତ ବନ୍ଦ ଡାକରାର ପ୍ରଭାବ ଚାନ୍ଦବାଲି ଓ ଆରଡି ରେ ଦେଖିବାକୁ ମିଳିଛି। ଚାନ୍ଦବାଲି-ଭଦ୍ରକ, ଚାନ୍ଦବାଲି-କେନ୍ଦ୍ରାପଡା, ଆରଡି-ଭଦ୍ରକ ମୁଖ୍ୟ ରାସ୍ତାକୁ ସଂଗଠନମାନେ ବନ୍ଦ କରିଥିବାରୁ  ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି। ଫଳରେ ଶୈବପୀଠ ଆଖଣ୍ଡଳମଣୀଧାମ ଓ ଚାନ୍ଦବାଲି ସହର ଜନଶୂନ୍ୟ ହୋଇପଡିଛି। ଅନ୍ୟପକ୍ଷରେ ଭାରତ ବନ୍ଦ ଡାକରାର ପ୍ରଭାବ ଭଦ୍ରକରେ ଦେଖିବାକୁ ମିଳିଛି । ଭଦ୍ରକ ବନ୍ତ ଛକ ନିକଟରେ ୧୬ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ଫଳରେ ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି ।

ସେହିଭଳି ବୌଦ୍ଧ ଜିଲ୍ଲାରେ ମଧ୍ୟ ବନ୍ଦ ପାଳନ ହେଉଛି । ସକାଳୁ ସକାଳୁ ବିଭିନ୍ନ ସଂଗଠନ ପକ୍ଷରୁ ପିକେଟିଂ କରି ବିଭିନ୍ନ ଛକ ଓ ମୁଖ୍ୟ ରାସ୍ତା ସହ ଦୋକାନ ବନ୍ଦ କରାଯାଇଛି । ଜିଲ୍ଲାର ହରଭଙ୍ଗା, କଣ୍ଟାମାଳ ଓ ବୌଦ୍ଧ ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର, ରାଉରକେଲା, ପାରାଦୀପ ଓ ଗୁଣୁପୁର ଭଳି ସ୍ଥାନରେ ମଧ୍ୟ ବନ୍ଦ ପ୍ରଭାବ ଦେଖିବାକୁ ମିଳୁଛି ।

Leave a Reply