ଭରତପୁର ମର୍ଡର କେସରେ ନୂଆ ଟୁଇଷ୍ଟ, ଲିଭ ଇନରେ ରହୁଥିଲେ ଅଭିଯୁକ୍ତ ସାଗର ଓ ମାମା

ଭୁବନେଶ୍ୱର: ଭରତପୁର ମର୍ଡର କେସରେ ନୂଆ ଟୁଇଷ୍ଟ । ବିବାହ କରିନଥିଲା ଅଭିଯୁକ୍ତ ସାଗର ପ୍ରଧାନ । ଭଡ଼ାଘର ନେଇ ଲିଭ୍ ଇନରେ ରହୁଥିଲା ସାଗର । ୪ ବର୍ଷ ତଳେ ମୃତ ମହିଳାଙ୍କୁ ଜୋର ଜବରଦସ୍ତ ଉଠାଇ ଆଣିଥିଲା ଅଭିଯୁକ୍ତ । ପ୍ରଥମେ ବ୍ରହ୍ମପୁରରେ ଭଡାଘର ନେଇ ରହୁଥିଲେ । ପରେ ତେଲୁଗୁ ସାହି ବସ୍ତିରେ ଆସି ଭଡାଘରେ ରହୁଥିଲେ । ତେବେ ମୃତ ମହିଳାଙ୍କ ଅନ୍ୟ ଜଣେ ଯୁବକଙ୍କ ସହ ସମ୍ପର୍କ ରହିଥିବା ନେଇ ବୟାନ ରଖିଛି ଅଭିଯୁକ୍ତ । ସେ କାମରେ ବାହାରିବା ପରେ ମୃତ ମାମା ଅନ୍ୟ ଯୁବକଙ୍କୁ ଭିଡିଓ କଲ କରୁଥିବା କହିଛି । କାଲି ଏହି ଘଟଣାକୁ କେନ୍ଦ୍ର କରି ପ୍ରଥମେ ମାମାକୁ ପନିକିରେ ଆକ୍ରମଣ କରିଥିଲା ସାଗର । ପରେ ତଣ୍ଟି ଚିପି ହତ୍ୟା କରିଥିଲା । ସ୍ତ୍ରୀର କାର୍ଯ୍ୟକଳାପକୁ ଜାଣିବା ପାଇଁ ଘରେ ମୋବାଇଲରେ ଭିଡିଓ ସୁଟ କରୁଥିଲା ଅଭିଯୁକ୍ତ । ଏ ନେଇ ପୋଲିସ ଆଗରେ ସ୍ୱୀକାର କରିଛି ଅଭିଯୁକ୍ତ ।