spot_img

Latest Posts

ଭାସ୍କର ମିଶ୍ରଙ୍କ ସ୍ୱରଚିତ ’ଶ୍ରୀଜଗନ୍ନାଥ ଦର୍ଶନ’ ଉନ୍ମୋଚିତ

ଭୁବନେଶ୍ୱର: ପବିତ୍ର ଚିତାଲାଗି ଅମାବାସ୍ୟା ଉପଲକ୍ଷେ ଆଜି ଖଣ୍ଡଗିରିସ୍ଥିତ ହିଲସାଇଡ ଇନଠାରେ ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତିବିତ୍ ଗବେଷକ ଡକ୍ଟର ଭାସ୍କର ମିଶ୍ରଙ୍କ ସ୍ୱରଚିତ ୬୬ ତମ ପୁସ୍ତକ ’ଶ୍ରୀଜଗନ୍ନାଥ ଦର୍ଶନ’ ଏକ ନିରାଡ଼ାମ୍ବର ପରିବେଶ ମଧ୍ୟରେ ଉଦଘାଟିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଚେତନାଭିତ୍ତିକ ଏହି ଦିବ୍ୟ ଗ୍ରନ୍ଥକୁ ଓଡ଼ିଶାର ବିଶିଷ୍ଟ ଚିକିତ୍ସକ ତଥା ସୁସାହିତ୍ୟିକ ଡାକ୍ତର ଇନ୍ଦ୍ରମଣି ଜେନା ଓ ବିରିଷ୍ଠ ସାହିତ୍ୟକ ତଥା ସୁନାମଧନ୍ୟ ପ୍ରାବନ୍ଧିକ ଡକ୍ଟର ଉଦ୍ଧବ ଚରଣ ନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ।

ପ୍ରତ୍ୟହ ପୁରୀ ଶ୍ରୀମନ୍ଦିରକୁ ଆଗମନ କରୁଥିବା ଲକ୍ଷ ଲକ୍ଷ ଓଡ଼ିଆ ଶ୍ରଦ୍ଦାଳୁ ଭକ୍ତମାନଙ୍କ ଉଦ୍ଦ୍ୟେଶରେ ସଂକ୍ଷିପ୍ତ ଭାବେ ଶ୍ରୀକ୍ଷେତ୍ର ଧାମର ମାହାତ୍ମ୍ୟ, ଶ୍ରଜଗନ୍ନାଥଙ୍କ ଆବିର୍ଭାବ ପ୍ରସଙ୍ଗ, ଶ୍ରୀମନ୍ଦିର ନିର୍ମାଣ ଇତିହାସ, ଚତୁର୍ଦ୍ଧା ବିଗ୍ରହ, ମନ୍ଦିର ବେଢ଼ାସ୍ଥ ମୁଖ୍ୟ ପାର୍ଶ୍ୱ ଦେବାଦେବୀ, ମହାପ୍ରଭୁଙ୍କ ଦୈନନ୍ଦିନ ନୀତି,  ଦ୍ୱାଦଶ ଯାତ୍ରା, ବିବିଧ ବେଶ, ରାଜଭୋଗ, ପରିଚାଳନା ଇତିହାସ ତଥା ଶ୍ରୀମନ୍ଦିରର କେତେକ ସ୍ୱତନ୍ତ୍ର ପରମ୍ପରା ସଂପର୍କରେ ଉଲ୍ଲେଖ କରାଯାଇଛି । ପୁରୀ ସିଂହଦ୍ୱାର ପରେ ସୂଚନା କେନ୍ଦ୍ର ଓ ଅନ୍ୟାନ ପୁସ୍ତକ ଦୋକାନରେ ଖୁବଶୀଘ୍ର ବିକ୍ରୟ ନିମନ୍ତେ ଉପଲବ୍ଧ କରାଯିବ ବୋଲି ଆଜିର ପୁସ୍ତକ ଉନ୍ମୋଚନ ଉତ୍ସବରେ ଗ୍ରନ୍ଥ ପ୍ରଣେତା ଡକ୍ଟର ମିଶ୍ର ସୂଚନା ପ୍ରଦାନ କରିଛନ୍ତି ।

 

Latest Posts

Don't Miss