ନନ୍ଦିଘୋଷ ବ୍ୟୁରୋ: ଭିତରକନିକା ଜାତୀୟ ଉଦ୍ୟାନରେ ଭିଡ଼ ଜମାଇଲେଣି ବିଦେଶୀ ପକ୍ଷୀ ।ହଜାର ହଜାର କିଲୋମିଟର ଅତିକ୍ରମ କରି ବିଦେଶାଗତ ପକ୍ଷୀ ଭିଡ଼ ଜମାଇଛନ୍ତି ଭିତରକନିକାର ବିସ୍ତୀର୍ଣ ଆର୍ଦ୍ରଭୂମିରେ। ପ୍ରକୃତିର ଗନ୍ତାଘର ଦେଶ ବିଦେଶର ପକ୍ଷୀଙ୍କ ତୀର୍ଥ ଭାବେ ପରିଚିତ ଭିତରକନିକା ଏବେ ମୁଖରିତ ହୋଇଉଠିଛି । ରଙ୍ଗବେରଙ୍ଗର ପକ୍ଷୀଙ୍କ କାକଳିରେ ଫାଟି ପଡୁଛି ଭିତରକନିକା। ନୀଳ ଆକାଶରେ ଦଳ ଦଳ ହୋଇ ଉଡ଼ିବା, ଜଳକ୍ରୀଡ଼ା କରିବା ସହିତ ଖାଦ୍ୟ ସଂଗ୍ରହ କରିବାର ଅପୂର୍ବ ଦୃଶ୍ୟ ପ୍ରକୃତିର ଶୋଭାକୁ ଦ୍ବୀଗୁଣୀତ କରୁଛି। ପକ୍ଷୀଙ୍କ ମଧ୍ୟରେ ସାଇବେରିୟ ବତକ , ଏରା, ଲାଲମୁଣ୍ଡିଆ ବତକ, ପାତି ହଂସ, ନୀଳ ମୁଣ୍ଡିଆ ସାରସ, ପେଣ୍ଟସ, ଫ୍ଲାଇକେଚର, ଉଇଗେନ ହ୍ବାଇଟ, ବାଡ଼ ହେଡେଡ ପ୍ରଭୃତି ଅନେକ ପ୍ରଜାତିର ପକ୍ଷୀ ଭିତରକନିକାର ସାତଭାୟା , ରାଇପାଟିଆ, ଅଗରନାସୀ ଦୀପ ବରୁଣେଇ ମୁହାଁଣ ପ୍ରଭୃତି ସ୍ଥାନରେ ଦେଖିବାକୁ ମିଳୁଛି।

