ଭିତରକନିକା ବନ୍ଦ ସମୟରେ ବୁଲିଲେ VIP ପର୍ଯ୍ୟଟକ

ନନ୍ଦିଘୋଷ ବ୍ୟୁରୋ: ଭିତରକନିକା ବନ୍ଦ ସମୟରେ ବୁଲିଲେ VIP ପର୍ଯ୍ୟଟକ। କୁମ୍ଭୀର ଗଣନା ଯୋଗୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ୯ ଦିନ ବନ୍ଦ ଥିବାବେଳେ କିପରି VIP ପର୍ଯ୍ୟଟକ ବୁଲୁଛନ୍ତି ଭିତରକନିକା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।  ସାଧାରଣ ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ଗେଟ ବନ୍ଦ ଥିବା ବେଳେ ଇକୋ ରିଟ୍ରିଟ ପର୍ଯ୍ୟଟକ ମାନଙ୍କ ପାଇଁ କାହିଁକି ଓ କିପରି ପରିସ୍ଥିତି ରେ ଭିତରକନିକା କୁ ଖୋଲି ଦିଆଗଲା ସେନେଇ ପ୍ରଶ୍ନ ଉଠିଛି। କୁମ୍ଭୀର ଗଣନା ସମୟରେ ଯନ୍ତ୍ର ଚାଳିତ ବୋଟ ଚାଲିଲେ କୁମ୍ଭୀର ମାନେ ଭୟଭୀତ ହୋଇ ପାଣି ଭିତରକୁ ଚାଲି ଯାଆନ୍ତି ଏହାକୁ ଦୃଷ୍ଟିରେ ରଖି ଭିତରକନିକା ନଦୀ ନାଳରେ  ବୋଟ୍ ଚଳାଚଳ ସଂପୂର୍ଣ୍ଣ ବନ୍ଦ କରାଯାଇଥାଏ। ଇକୋ ରିଟ୍ରିଟର ପର୍ଯ୍ୟଟକ ମାନଙ୍କୁ ବନବିଭାଗ ନିୟମକୁ ଉଲଂଘନ କରି କିପରି ଯନ୍ତ୍ର ଚାଳିତ ବୋଟରେ ପର୍ଯ୍ୟଟକଙ୍କୁ ବୁଲାଉଛନ୍ତି ତାହା ପରିବେଶବିତ୍ ମାନଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି ।