ନକଲି ଆଇପିଏସ ଅଫିସରକୁ ବାନ୍ଧିଲା ପୋଲିସ; ଥାନାରେ ପହଞ୍ଚି କହୁଥିଲା- ହୋଟେଲ ବ୍ୟବସ୍ଥା କର, ସ୍ପେଶାଲ ମିଶନରେ ଆସିଛି
ନନ୍ଦିଘୋଷ ବ୍ୟୁରୋ: ରାଜସ୍ଥାନର ଭିଓ୍ବାଡିରେ ପୋଲିସ ଜଣେ ଆଇପିଏସ ଅଫିସରଙ୍କୁ ଗିରଫ କରିଛି । ତେବେ ବ୍ୟକ୍ତି ଜଣଙ୍କ ନକଲି ଆଇପିଏସ ଅଫିସର ବୋଲି ଜଣଶପଡିଛି । ଅଭିଯୁକ୍ତ ନକଲି ଆଇପିଏସ ଅଫିସର ବନି ଲୋକଙ୍କ ଉପରେ ରୋବାବ ଝାଡୁଥିଲା । ଅଭିଯୁକ୍ତ ଜଣଙ୍କ ସୌରଭ କୁମାର ଓ ଉତ୍ତର ପ୍ରଦେଶର ବୋଲି ଜଣଶପଡିଛି । ଏବେ ସେ ଦିଲ୍ଲୀରେ ରହୁଛି । କୁହାଯାଉଛି, ଅଭିଯୁକ୍ତ ଭିଓ୍ବାଡି ଥାନାରେ ପହଞ୍ଚି ନିଜକୁ ଆଇପିଏସ୍ ଅଫିସରର ପରିଚୟ ଦେବା ସହ ରାତିରେ ରହିବା ପାଇଁ ହୋଟେଲ ବ୍ୟବସ୍ଥା କରିବାକୁ କହିଥିଲା । ସେ ଏସପିଜିରେ ମୁତୟନ ଅଛି ଓ ଏକ ସ୍ପେଶାଲ ମିଶନରେ ଆସିଥିବା ପୋଲିସକୁ କହିଥିଲା । ତେବେ ଅଭିଯୁକ୍ତ ଉପରେ ପୋଲିସର ସନ୍ଦେହ ହୋଇଥିଲା । ପଚରାଉଚରା ପରେ ସତ ପଦାକୁ ଆସିଥିଲା ।
ପୋଲିସ ଆଖିକୁ ଚକମା ଦେଇ ପାରିଲାନି
ଥାନା ଅଧିକାରୀ ସଚିନ ଶର୍ମା କହିଛନ୍ତି, ଗତ ରାତିରେ ଜଣେ ଯୁବକ କଳା ରଙ୍ଗର ଏକ ସ୍କର୍ପିଓ ଧରି ଥାନାରେ ପହଞ୍ଚି ଥିଲା । ଗାଡିରେ ପୋଲିସ ଲେଖା ଥିଲା । ଗେଟରେ ମୁତୟନ କର୍ମଚାରୀଙ୍କୁ ସେ ଜଣେ ଏସପିଜିରେ ଆଇଜି ରାଙ୍କର ଅଧିକାରୀ ଓ ଏକ ସ୍ପେଶାଲ ମିଶନରେ ଆସିଥିବା କହିଥିଲା । ରାତିରେ ରହିବାକୁ ଏକ ଭିଆଇପି ରୁମ୍ ଠିକ କରିବାକୁ କହିଥିଲା । ହେଲେ ତା’ ବ୍ୟବହାର ଓ ଚାଲିଚଳନରୁ ପୋଲିସର ସନ୍ଦେହ ହୋଇଥିଲା । ଏହାପରେ ତାକୁ କ୍ୟାବିନେ ବସାଇ ପଚରାଉଚରା କରାଯାଇଥିଲା । ଯାଞ୍ଚରୁ ଜଣାପଡିଥିଲା ଏହି ନାଁରେ କୌଣସି ଆଇପିଏସ ଅଧିକାରୀ ନାହାନ୍ତି । ଏହା ପରେ ତାକୁ ଆଇଡି କାର୍ଡ ଦେଖାଇବାକୁ କୁହାଯିବାରୁ ସେ ଏକ ନକଲି କାର୍ଡ ଦେଖାଇଥିଲା । ପଚରାଉଚରା ବେଳେ ଏହା ବି ଜଣାପଡିଥିଲା କି ଆଇପିଏସ ଅଧିକାରୀଙ୍କୁ ମିଳୁଥିବା ସୁବିଧା ଓ ସୁରକ୍ଷା ପ୍ରୋଟକଲ ସମ୍ପର୍କରେ ଅଭିଯୁକ୍ତକୁ ସବୁ ଜଣାଥିଲା । ଏହାର ଫାଇଦା ନେଇ ଅଭିଯୁକ୍ତ ନିଜ ନାଁରେ ନକଲି ଆଇଡି କାର୍ଡ ବନାଇବା ସହ ଗାଡିରେ ପୋଲିସ ଲେଖି ବିଶେଷ ସୁବିଧା ନେଉଥିଲା ।
ପେଶାରେ ସଫ୍ଟଓ୍ବେର ଇଞ୍ଜିନିୟର
ଅଭିଯୁକ୍ତ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର ବୋଲି ସ୍ବୀକାର କରିଛି । ତାକୁ ଆଇପିଏସ ଅଧିକାରୀଙ୍କୁ ମିଳୁଥିବା ସୁବିଧା ସମ୍ପର୍କରେ ସୂଚନା ଥିଲା । ଏହାର ଫଶଇଦା ନେଇ ସେ ନକଲି କାର୍ଡ ବନାଇ ଫାଇଦା ଉଠାଉଥିଲା ।

