ଆତ୍ମହତ୍ୟା ନୁହେଁ ଗଳାଚିପି କରାଯାଇଛି ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ଆସିଲା ଭଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେଙ୍କ ପୋଷ୍ଟମର୍ଟମ ରିପୋର୍ଟ । ତାଙ୍କ ଗଳା ଚିପି ହତ୍ୟା କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ତେବେ କିଏ ଏବଂ କାହିଁକି ହତ୍ୟା କରିଛି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କହି ରଖୁଛୁ କି, ଗତ ୨୭ ତାରିଖରେ ଭାଗଲପୁର ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ସନ୍ଦେହଜନକ ଭାବରେ ଉଦ୍ଧାର କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଅମୃତାଙ୍କ ପରିବାର ଲୋକେ କହିଛନ୍ତି କି, ସେ ପୂର୍ବରୁ ଦୁଇ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ।