ବସ୍ତି ହେବ ଅତୀତ, ସହରରେ ସ୍ବପ୍ନର ଫ୍ଲାଟ

ଭୁବନେଶ୍ବର: ସହରରେ ସ୍ବପ୍ନର ଫ୍ଲାଟ । ଝୁମ୍ପୁଡିରୁ ଚକାଚକ ଘର । ବସ୍ତି ହେବ ଅତୀତ । ସ୍ବାଭିମାନ, ସମ୍ମାନ ଓ ଅଧିକାର ସହିତ ବଞ୍ଚିବେ । ଭୁବନେଶ୍ୱରରେ ବସ୍ତିବାସିନ୍ଦାଙ୍କ ସ୍ୱପ୍ନ ସାକାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ । କୃଷ୍ଠରୋଗୀଙ୍କୁ ନୂଆ ବର୍ଷରେ ମିଳିବ ଖୁସିର ଚାବିକାଠି । ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସମସ୍ୟା ପାଣ୍ଠି ଅନୁଦାନରେ ପଳାସପଲ୍ଲୀରେ ଲିଙ୍ଗରାଜ କୃଷ୍ଠାଶ୍ରମ ଅନ୍ତେବାସୀଙ୍କ ପାଇଁ ନୂତନ ବାସ ଗୃହ ନିର୍ମାଣ ହୋଇଛି । ବିଏମସିର ୱାର୍ଡ ନମ୍ବର ୫୩ ଲେପର୍ସୀ କୋଲନୀରେ ରହୁଥିବା ୩୧ ଜଣ  ପରିବାରଙ୍କୁ ମିଳିବ ବଞ୍ଚିବାର ପକ୍କା ଘର । ସହରରରେ ହାଇ ପ୍ରୋଫାଇଲ ଏରିଆ ପାଇବେ ପକ୍କା ଘର । ୨ କୋଟି ୫ ଲକ୍ଷ ବ୍ୟୟ ଅଟକଲରେ ତିଆରି ହୋଇଛି ୩୧ଟି ରୁମ । ଘର ଭିତରେ ଗୋଟିଏ ବେଡ ରୁମ, ଡ୍ରଇଙ୍ଗ ସହିତ ଡାଇନିଙ୍ଗରୁମ, ବାଥ ରୁମ , ଟଏଲେଟ ସୁବିଧା ରହିଛି । ଘରର ଚଟାଣରୁ ଆରମ୍ଭ କରି ବାଥରୁମ ଓ ଟଏଲେଟ ସବୁଠି ଚକା ଚକ ମାର୍ବଲ ।

ଗୋଟିଏ ଫ୍ଲାଟର ଦାମ ରହିଛି ୬ କୋଟି ୪୦ ଲକ୍ଷ । ଅନ୍ତେବାସୀ ମାନକୁ ମାଗଣରେ ହସ୍ତାନ୍ତର କରାଯିବ। ଏପରିକି କୋଲନୀରେ ଖୋଲା ଜାଗାରେ ପ୍ଲେସ ମେକିଙ୍ଗ ଜରିଆରେ ସୌନ୍ଦର୍ଯ୍ୟ କରଣ କରାଯିବ। ଏହା ସହିତ ଓପେନ ଜିମ ଓ  ଛୋଟ ପିଲା ଖେଳବି ପାଇଁ ଯନ୍ତ୍ରାଂଶ ଲାଗିବ। ଆଗାମୀ ଦିନରର ଆହୁରି ୬ ଟି ସ୍ଥାନରେ ଏପରି ପକ୍କା ଘର ନିର୍ମାଣ କରାଯିବ। ଜାଗା ଚିହ୍ନଟ ହୋଇଛି । ସେପଟେ ପକ୍କା ଘର କାମ ଶେଷ ହୋଇଥିବା ବେଳେ ଅନ୍ତେବାସୀମାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କୋଲନୀର କାର୍ଯ୍ୟ ଶେଷ ପଯ୍ୟୟରେ ପହଁଚିଥିବା ବେକେ ଆଜି ବିଏମସି କମିଶନର, ଅତିରିକ୍ତ କମିଶନର , ଜେଡିସି ବୁଲି ସମୀକ୍ଷା କରିଛନ୍ତି । ଝୁମ୍ପୁଡିରୁ ଫ୍ଲାଟ ମିଳୁଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ଜାଗା ମିଶନ ଜରିଆରେ ବିଭିନ୍ନ ୱାର୍ଡର ବସ୍ତିବାସିନ୍ଦାଙ୍କୁ ପର୍ଯ୍ଯାୟକ୍ରମେ ଭୂମି ପ୍ରମାଣ ପତ୍ର ଓ ଆବାସ ଯୋଜନା ମାଧ୍ୟମରେ ବାସ ଗୃହ ପ୍ରଦାନ କରାଯାଇଛି। ଆସନ୍ତାକାଲି ଜାତୀୟ କୃଷ୍ଟରୋଗ ନିରାକରଣ ଦିବସରେ ଲେପର୍ସି କୋଲନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବାର କର୍ଯ୍ଯକ୍ରମ ରହିଛି।