ରିଲ୍ ପାଇଁ ରିୟଲ ଗୁଣ୍ଡାଗିରି: ବନ୍ଧୁକ ଓ ମାରଣାସ୍ତ୍ର ଧରି ୧୫ରୁ ଅଧିକ ଯୁବକ କରୁଛନ୍ତି ଭିଡିଓ ସୁଟ୍

ଭୁବନେଶ୍ୱର: ରାଜଧାନୀରେ ରାତିରେ ଅପରାଧୀଙ୍କ ଆତଙ୍କରାଜ । ଅପରାଧୀଙ୍କ କବଜାରେ ଭୁବନେଶ୍ୱର । ସୋସିଆଲ ମିଡିଆରେ ରିଲ ପାଇଁ ନୁହେଁ ରିୟଲ ଗୁଣ୍ଡାଗିରି । ତେଲୁଗୁ ଫିଲ୍ମ ଷ୍ଟାଇଲରେ ହାତରେ ଖଣ୍ଡା, ଭୁଜାଲି ଓ ବନ୍ଧୁକ ଧରି ରାତିରେ ବିଚ ରାସ୍ତାରେ ବୁଲୁଛନ୍ତି । ପୂରା ଗୋଟିଏ ମିନିଟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଦାମୀ କାର ଓ ବାଇକରେ ୧୫ରୁ ଅଧିକ ଯୁବକ ଭିଡିଓ ସୁଟ କରିବା ସହ ମସ୍ତି କରୁଛନ୍ତି । ପୋଲିସ ପାଟ୍ରୋଲିଂକୁ ଖୋଲା ଚାଲେଞ୍ଜ ଦେଇ ସୋସିଆଲ ମିଡିଆରେ ମାତିଛନ୍ତି ଅପରାଧୀ । ଖୁଲମଖୁଲା ବନ୍ଧୁକ, ହତିଆର ଧରି ରାଜରାସ୍ତାରେ ମସଗୁଲ ଅପରାଧୀ ନାଚଗୀତ କରି କମିଶନରେଟ ପୋଲିସକୁ ଖୁଲମଖୁଲା ଚାଲେଞ୍ଜ ଦେଇ ଚାଲିଛନ୍ତି । ଖଣ୍ଡଗିରି ପୋଲିସ ଦ୍ୱାରା ଗିରଫ ରାହୁଲ ଜେନା ନାମକ ଜଣେ ଯୁବକ ଲାଇସେନ୍ସ ବନ୍ଧୁକ ଚୋରି କରି ସୋସିଆଲ ମିଡିଆରେ ପ୍ରଦର୍ଶନ କରିବା ପରେ ଏ କଥା ପଦାକୁ ଆସିଛି । ଭରତପୁର ଥାନା ଅଂଚଳରୁ ଜଣେ ଯୁବକଙ୍କୁ ଗିରଫ କରିଥିଲା ଖଣ୍ଡଗିରି ଥାନା ପୋଲିସ ।

ଗତ ୨୧ ତାରିଖରେ ସିଆରପି ଛକରେ ବୁବୁ ଜେନା ନାମକ ଅପରାଧୀର ଗ୍ୟାଙ୍ଗ ଜଣେ ଲୋକକୁ ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ନୟାପଲ୍ଲୀ ଥାନା ପୋଲିସ ୩ ଜଣଙ୍କୁ ଗରିଫ କରିଥିଲା । ସେମାନଙ୍କ ଠାରୁ ବାଇକ ଓ କାର ଜବତ ହୋଇଥିଲା । ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଏହି ଗ୍ୟାଙ୍ଗର ଭିଡିଓରେ ବ୍ୟବହାର ହୋଇଥିବା କାର ଓ ବାଇକ ଗୁଡିକୁ ଜବତ କରିଥିଲା ପୋଲିସ । ଏବେ ଏହି ଭିଜୁଆଲ କମିଶନରେଟ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ସେପଟେ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଡିସିପି । ଭିଡିଓ ଫୁଟେଜ ଆଧାରରେ ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply