ନନ୍ଦିଘୋଷ ବ୍ୟୁରୋ: ଧଳା ଚାଦର ତଳେ ଲୁଚିଲା ଭୁବନେଶ୍ବର । ଶୀତ ଋତୁର ପ୍ରଥମ କୁହୁଡ଼ି ଦୃଶ୍ୟମାନ ହୋଇଛି I ଆଜି ବଡ଼ିଭୋର ସମୟରେ ଭୁବନେଶ୍ୱର ଓ କଟକ ସହର ସମେତ ଦକ୍ଷିଣ-ଉପକୂଳ ଓ ଉତ୍ତର ଓଡ଼ିଶାର କିଛି ଅଞ୍ଚଳରେ ଘନ କୁହୁଡି ହେଲା ଦୃଶ୍ୟମାନ ହୋଇଛି I ରାଜଧାନୀ ଭୁବନେଶ୍ୱର ଏୟାରପୋର୍ଟରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ୫୦୦ ମିଟର ରେକର୍ଡ ହୋଇଛି । ଦୁଇ ଦୁଇଟି ଗୁରୁଚାପ ବଳୟ ପ୍ରଭାବରେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଅଂଚଳରେ କୁହୁଡି ପରିସ୍ଥିତି ଉପୁଜୁଛି I ଘନ କୁହୁଡି ଯୋଗୁଁ ଦୃଶ୍ୟମାନ କ୍ଷମତା କମିଥିଲା । ଫଳରେ କିଛି ସମୟ ପାଇଁ ଗାଡି ଚଳାଚଳରେ ବାଧାସୃଷ୍ଟି ହୋଇଛି ।

