ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣା: ମର୍ଡର ପ୍ଳଟରେ ସଇତାନ କରୁଛି କ୍ରାଇମ ସିନର ରିକ୍ରିଏସନ

ଭୁବନେଶ୍ୱର: ଖୋଲୁଛି କଟାମୁଣ୍ଡର ଅକୁହା କାହାଣୀ । ରିମାଣ୍ଡର ଶେଷ ଦିନରେ ଅଭିଯୁକ୍ତଙ୍କୁ ଘାଣ୍ଟୁଛି ଚନ୍ଦକା ଥାନା ପୋଲିସ । ଭୁବନେଶ୍ୱରରେ ମହିଳାଙ୍କ ମୁଣ୍ଡକାଟି ହତ୍ୟା ଘଟଣାର କାରଣ ଓ ତଥ୍ୟ ପ୍ରମାଣ ସାଉଁଟିବାରେ ଲାଗିଛି ପୋଲିସ । ଫୁଲେଶ୍ୱରୀ ବସ୍ତିରୁ ଭରତପୂର, ମର୍ଡର ପ୍ଳଟରୁ ପ୍ରମାଣ ନଷ୍ଟ ଯାଏଁ, ସବୁଠି ସଇତାନ କରିଛି କ୍ରାଇମ ସିନ୍ ରିକ୍ରିଏସନ । ଡେଡ୍‌ବଡି ଫିଙ୍ଗିବାକୁ ଅନ୍ଧାରୁଆରେ ଅନ୍ଧାର ରାତିରେ ଦୁଇ ଘଣ୍ଟା ବୁଲିଥିଲେ ସଞ୍ଜୟ ଓ ଚନ୍ଦୁ ।

ସ୍ପଟ୍‌ରେ  ସଞ୍ଜୟ ଦେଖାଇଥିଲା ତଣ୍ଟିକାଟିବାର ଡେମୋ  । ହତ୍ୟା ଦିନ ଦୁଇ ଅଭିଯୁକ୍ତ ମଦ ପିଇଥିଲେ । ପୁଷ୍ପଲତାଙ୍କୁ କେମିତି କରିଥିଲେ ହତ୍ୟା, ଫୁଲେଶ୍ୱରୀ ବସ୍ତିରେ ଡେମୋ ଦେଖାଇଛନ୍ତି । ବିବାହ ବିବାଦରୁ ପୁଷ୍ପଲତାଙ୍କୁ ହତ୍ୟା କରିଥିଲା ସଞ୍ଜୟ । ତଣ୍ଟି ଚିପି ହତ୍ୟା ପରେ ପ୍ରମାଣ ନଷ୍ଟ କରିବାକୁ ମୁଣ୍ଡଠୁ ଶରୀରକୁ ଅଲଗା କରିବା ପରେ ରାସ୍ତାକଡ଼ରେ ଫିଙ୍ଗି ଦେଇଥିଲେ  । ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ସୁରାକ୍‌ । ଯେଉଁ ଓଢ଼ଣୀରେ ପୁଷ୍ପଲତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିଲା ତାକୁ ଜବତ କରିଛି ପୋଲିସ ।

ଏହାସହ ଘଟଣା ଦିନ ସେମାନେ କ’ଣ କ’ଣ କରିଥିଲେ, ତା’ର ତଥ୍ୟ ପାଇଛି ତଦନ୍ତକାରୀ ଟିମ୍ । ଘରର ଆଜବେଷ୍ଟସ୍ ଭଙ୍ଗା ଥିବାରୁ କାଳେ ସେହି ବାଟେ ଡେଡ୍ ବଡି ନିଆ ଯାଇଥିବ, ତା’ର ଯାଞ୍ଚ ବି କରିଛି ସାଇଣ୍ଟିଫିକ୍‌ ଟିମ୍ । ହତ୍ୟାରେ ବ୍ୟବହୃତ ଛୁରୀ, ଗ୍ଲୋବ୍‌ସ, ଗାଡ଼ି ସହ ପୋଡଶୀ ଓ ହାର୍ଡୱେର ଦୋକାନୀଙ୍କ ସାକ୍ଷୀ ଗୁରୁତ୍ୱପୂର୍ଣ୍ଣ ରହିବ । ଦରକାର ପଡିଲେ ପୁଷ୍ପଲତାଙ୍କ ଦ୍ୱିତୀୟ ସ୍ୱାମୀଙ୍କୁ ପୋଲିସ ଜେରା କରିପାରେ ।

Leave a Reply