୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଏମିତି ଠକୁଥିଲେ ମହିଳା

ଭୁବନେଶ୍ବର: ନୟାପଲ୍ଲୀ ପୋଲିସ ଜାଲରେ ଲେଡି 420 । ୧୦ରୁ ଅଧିକ ଓଲା ଡ୍ରାଇଭରଙ୍କୁ ଠକିଛନ୍ତି ଏହି ମହିଳା । ଶୁଭଶ୍ରୀ ବାରିକଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ । ଓଲା ଗାଡି ଭଡାରେ ନେଇ ରାଜଧାନୀରେ ଘୁରି ବୁଲେ, ବିଭିନ୍ନ ପ୍ରକାର ବାହାନା ଦେଖାଇ ଛୁ ମାରେ । ପାଖାପାଖି ମାସେ ହେବ ଏଭଳି ତରିକା ଆପଣାଇ ଓଲା ଡ୍ରାଇଭରଙ୍କୁ ଠକୁଥିଲା ଏହି ଠକ । ଶେଷରେ ଆଜି କିଛି ଓଲା ଡ୍ରାଇଭର ଏହି ଠକ ଯୁବତୀଙ୍କୁ ଧରି ପୋଲିସ ଜିମାରେ ଦେଇଛନ୍ତି । ଏକାଧିକ ଓଲା ଡ୍ରାଇଭର ଆଜି ନୟାପଲ୍ଲୀ ଥାନାରେ ଦ୍ୱାରସ୍ଥ ହୋଇ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।