ଜୋରସୋରରେ ଆଗେଇ ଚାଲିଛି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ

1 min read

ଭୁବନେଶ୍ୱର : ଜୋରସୋରରେ ଆଗେଇ ଚାଲିଛି ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ । ନୂଆବର୍ଷରେ ମେଟ୍ରୋ ରେଳ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଏହା ପୂର୍ବରୁ ଆଜି ଦିଲ୍ଲୀ ମେଟ୍ରୋ ସହିତ ବୁଝାମଣାପତ୍ର ସ୍ବାକ୍ଷର କରିବେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍‌‌ର ବରିଷ୍ଠ ଅଧିକାରୀ ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏମ୍‌‌ଓୟୁ ସ୍ବାକ୍ଷର ହେବ । ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ମେଟ୍ରୋ ପ୍ରକଳ୍ପ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୂଳିଆ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହି ପ୍ରକଳ୍ପର ଟର୍ଣ୍ଣ-କି ପରାମର୍ଶଦାତା ରହିବେ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ୫ ହଜାର ୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଏବଂ ୪ ବର୍ଷ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । Odisha Metro: DMRC Submits DPR for First Metro Rail Project in Odisha - Metro  Rail News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5T ଉପକ୍ରମରେ ଭୁବନେଶ୍ବର ବିମାନବନ୍ଦରରୁ କଟକ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।  ଭୁବନେଶ୍ବର, ଖୋର୍ଦ୍ଧା, କଟକ ଓ ପୁରୀ ସହରର ଗମନାଗମନ ବ୍ୟବସ୍ଥାକୁ ନାଗରିକଙ୍କ ପାଇଁ ସହଜ, ସରଳ ଓ ସୁଗମ କରିବା ପାଇଁ ମେଟ୍ରୋ ରେଳ ବ୍ୟବସ୍ଥାର ଆବଶ୍ୟକତା ଥିବା ଅନୁଭବ କରି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ୨୬ କିଲୋମିଟର ମେଟ୍ରୋ ରେଳ ଯାତ୍ରାରେ କ୍ୟାପିଟାଲ ହସ୍ପିଟାଲ, ରାଜମହଲ, ବାଣୀବିହାର, ଜୟଦେବ ବିହାର ଓ ପଟିଆ ଛକ ସମେତ ମୋଟ୍‌‌ ୨୦ଟି ଷ୍ଟେସନ ନିର୍ମାଣ କରିବାକୁ ଯୋଜନା ରହିଛି ।