ଭୁବନେଶ୍ଵର ସହଦେବ ନାଏକ ମର୍ଡର କେସ୍ ରେ ପୋଲିସ ସିନ୍ ରିକ୍ରିଏସନ, ଦୟାନଦୀ ପଠାରୁ ଖଣ୍ଡା ଜବତ

ଭୁବନେଶ୍ଵର: ଭୁବନେଶ୍ଵର ସହଦେବ ନାଏକ ମର୍ଡର କେସ୍ ରେ ପୋଲିସ ସିନ୍ ରିକ୍ରିଏସନ କରିଛି । । ଦୟା ନଦୀ ପଠାରେ ଡେମୋ ଦେଖାଇଛନ୍ତି ଅଭିଯୁକ୍ତମାନେ। ତିିନି ଅଭିଯୁକ୍ତଙ୍କୁ ନେଇ ପୋଲିସ ସିନ୍ ରିକ୍ରିଏସନ୍ କରିଛି। ଏହି ସମୟରେ ଦୟା ନଦୀରୁ ଏକ ଖଣ୍ଡା ଜବତ ହୋଇଛି। ଏହି ହତ୍ୟାକାଣ୍ଡରେ ୪ ଜଣ ସଂପୃକ୍ତ ଥିବା ପୋଲିସ ସୂଚନା ଦେଇଛି । ୩ ଜଣ ନୟାଗଡ଼ ଶରଣକୂଳରୁ ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ଅଛି। ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା। ତାର କହିବା ଅନୁସାରେ ସହଦେବଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ବାକି ଅଭିଯୁକ୍ତମାନେ।

ସୂଚନାଯୋଗ୍ୟ, ଗତକାଲି ବାଣୀ ବିହାର-ରସୁଲଗଡ଼ ରାସ୍ତାରେ ସହଦେବ ନାୟକଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ଦେହରୁ ମୁଣ୍ଡ ପୁରା ଅଲଗା ହୋଇ ଯାଇଥିଲା। ସକାଳୁ ସକାଳୁ ହିଁ ସହଦେବଙ୍କୁ ହତ୍ୟା କରାଯାଇଥିଲା। ସହଦେବ ଆଗରୁ ପୋଲିସ ମିତ୍ର ଥିଲେ। ଏପରିକି ତାଙ୍କ ଜୀବନ ପ୍ରତି ବିପଦ ଥିବା କହିଥିଲେ ସହଦେବ। ତା ସତ୍ତ୍ଵେ ତାଙ୍କୁ ସୁରକ୍ଷା ଦେଇପାରିନଥିଲା ପୋଲିସ। କୁହାଯାଉଛି ବ୍ରାଉନସୁଗାର କାରବାର ଓ ବ୍ୟକ୍ତିଗତ ଶତ୍ରୁତାକୁ ନେଇ ହୋଇଥିଲା ବୀଭତ୍ସ ହତ୍ୟା ।