ସିଲ୍ ହେବ ଭୁବନେଶ୍ୱର ସ୍ଥିତ ଏସ୍‌ବିଆଇ ମୁଖ୍ୟାଳୟ

ଭୁବନେଶ୍ୱର: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଭୁବନେଶ୍ୱର ସ୍ଥିତ ମୁଖ୍ୟାଳୟ ହେବ ସିଲ୍ । ଏସ୍‌ବିଆଇ ଶାଖାରୁ ୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଭଳି ନିଷ୍ପତ୍ତି ନେଇଛି ବିଏମ୍‌ସି । ଦୁଇ ଦିନ ପାଇଁ ମୁଖ୍ୟାଳୟକୁ ସିଲ୍ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି । ଅପରପକ୍ଷରେ ଭୁବନେଶ୍ୱର ରେଳଷ୍ଟେସନରୁ ପ୍ରଥମ ଥର ପାଇଁ ୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଉଭୟ ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଉଭୟଙ୍କ କଣ୍ଟାକ୍ଟ ଟ୍ରେସିଂ ଓ ଟ୍ରାଭେଲ ହିଷ୍ଟ୍ରୀ ଉପରେ ଚାଲିଛି ତନାଘନା ।

ସୂଚନା ଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୪୭୧ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୭୮, ଲୋକାଲ କେସ୍ ୧୯୩ । ୨୭ ଜିଲ୍ଲା ଓ ଷ୍ଟେଟପୁଲରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୮୫, କଳାହାଣ୍ଡିରୁ ୫୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ୪୨, ଖୋର୍ଦ୍ଧାରୁ ୪୦, ବଲାଙ୍ଗୀରରୁ ୩୬, ସମ୍ବଲପୁରୁ ୨୭, ଝାରସୁଗୁଡ଼ାରୁ ୨୩, କଟକରୁ ୨୨, ନବରଙ୍ଗପୁରରୁ ୧୭, ମୟୂରଭଞ୍ଜରୁ ୧୬, ବାଲେଶ୍ବରରୁ ୧୫, ପୁରୀରୁ ୧୪, ଗଞ୍ଜାମରୁ ୧୨, ଯାଜପୁରରୁ ୧୧, ଅନୁଗୁଳରୁ ୧୦, ଷ୍ଟେଟପୁଲରୁ ୯, ରାୟଗଡ଼ାରୁ ୮, କୋରାପୁଟରୁ ୭, ଭଦ୍ରକରୁ ୬, ବରଗଡ଼ରୁ ୫, ନୟାଗଡ଼ରୁ ୪, କନ୍ଧମାଳରୁ ୩, ସୋନପୁର, ଗଜପତି, କେନ୍ଦ୍ରାପଡ଼ରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ, ଜଗତସିଂହପୁର ଓ କେନ୍ଦୁଝରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୪୨ହଜାର ୬୯୫ ଥିବା ବେଳେ ଆକ୍ଟିଭ କେସ୍ ରହିଛି ୩ହଜାର ୮୫ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୪୭୧ କରୋନା ସଂକ୍ରମିତ ଚିହ୍ନଟ

Leave a Reply