ଭୁବନେଶ୍ବରରେ ବଦଳିବ ଶ୍ମଶାନର ରୂପରେଖ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଦଳିବ ଶ୍ମଶାନର ରୂପରେଖ । ରୂପାନ୍ତରଣ ହେବ ସବୁ ଶ୍ମଶାନ।  ଏହି କ୍ରମରେ ସତ୍ୟନଗର ଶ୍ମଶାନର ଚିତ୍ର ବଦଳିବ । ପାରମ୍ପରିକ ଓ ଗ୍ୟାସ ଚୁଲାରେ ଶବଦାହ ପାଇଁ ବ୍ୟବସ୍ଥା କରିବ ବିଏମସି । ଆଜି ଏନେଇ ସତ୍ୟନଗର ଶ୍ମଶାନରେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାଶ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୨ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ପୁନରୁଦ୍ଧାର ନେଇ ଯୋଜନା କରିଛି ବିଏମସି । ଲୋକେ କିପରି ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ସେନେଇ ନୂଆ ପ୍ଲାନ କରାଯାଇଛି । ଏହା ସହ କବର ସ୍ଥାନର ମଧ୍ୟ ନବୀକରଣ କରାଯିବ ।

ପୁରୀ ସ୍ବର୍ଗହଦ୍ବାର ପରି ବଦଳିବ ସତ୍ୟନଗର ଶ୍ମଶାନର ରୂପରେଖ ।  ରୂପାନ୍ତରଣ ପାଇଁ ବିଏମସିର ମାଷ୍ଟରପ୍ଳାନ । ନୂଆରୂପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । ଗେଟରୁ ଶବ ଦାହ ରୁମ ହେବ ନବୀକରଣ, ହଟିବ ଇଲେକ୍ଟ୍ରି ଚୁଲା । ଖର୍ଚ୍ଚହେବ ୨ କୋଟି ୩୪ ଲକ୍ଷ ଟଙ୍କା । ଶ୍ମଶାନ ରୁପାନ୍ତରିକରଣ ପର୍ଯ୍ୟାୟରେ ପ୍ରାଥମିର ପର୍ଯ୍ୟାୟରେ ସତ୍ୟନଗର ଶ୍ମଶାନକୁ ହାତକୁ ନେଇଛି ବିଏମସି । ରୂପରେଖ ବଦଳିବା ପରେ ଏମିତି ଦେଖାଯିବ ଶ୍ମଶାନ । ଆଜି ବିଧାୟକ ଅନନ୍ତ ନାରାୟଣ ଜେନା ଓ ମେୟର ସୁଲୋଚନା ଦାସ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶ୍ମଶାନକୁ ଆସୁଥିବା ଲୋକେ କିପରି ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇପାରିବେ ସେନେଇ ନୂଆ ପ୍ଲାନ କରାଯାଇଛି । ମୁଖ୍ୟଗେଟ, ସୁରକ୍ଷାକର୍ମୀ ରୁମ, ଶ୍ମଶାନ କାର୍ଯ୍ୟାଳୟ ଓ ଦୋକାନ, ମନୋରମ ପରିବେଶ ସାଙ୍ଗକୁ ସୌନ୍ଦର୍ଯ୍ୟକରଣ, ପାର୍କିଂ, ଶବଦାହ ଗ୍ରାଉଣ୍ଡ ଓ କୋଠରୀ, ପ୍ରତିକ୍ଷାଳୟ, ଶୌଚାଳୟ, ଶବଦାହ ପାଇଁ ଗ୍ୟାସ ଚୁଲା ତିଆରି ହେବ । ଏହା ଶ୍ମଶାନ କଡରେ ଥିବା ପଖୋରୀରୁ ହେବ ପୁନଃଉଦ୍ଧାର ହେବ ବୋଲି କହିଛନ୍ତି ମେୟର ଓ ବିଧାୟକ ।

କେବଳ ହିନ୍ଦୁ ନୁହେଁ ମୁସଲମାନ ଓ ଖ୍ରୀଷ୍ଟୀଆନ ସମ୍ପ୍ରଦାୟ ଲୋକମାନଙ୍କ କବର ସ୍ଥାନର ନବୀକରଣ ହେବ । ବିଭିନ୍ନ ଜୋନରେ କବରସ୍ତାନ ଭିତ୍ତିଭୂମିର ଯୋଜନା କରାଯାଇଛି । କବରସ୍ତାନ ପାଇଁ ୨ ଏକର ମଧ୍ୟ ଜମି ଯୋଗାଇ ଦିଆଯାଇଛି ବୋଲି ମେୟର କହିଛନ୍ତି । ଭୁବନେଶ୍ବରର ଶ୍ମଶାନ ଗୁଡିକର ପୁନଃଉଦ୍ଧାର ପାଇଁ ବଏମସିର କର୍ପୋରେସନ ବୈଠକର ପ୍ରସ୍ତାବ ଦିଆଯାଇଥିଲା । କେବଳ ସତ୍ୟନଗର ଶ୍ମଶାନ ପାଇଁ ଖର୍ଚ୍ଚ ହେବ ୨ କୋଟି ୩୪ ଲକ୍ଷ ଟଙ୍କା । ବର୍ଷକ ଭିତରେ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛି ବିଏମସି ।