ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବରରେ ତାପମାତ୍ରା ୪୩.୬ ଡିଗ୍ରୀ

ଭୁବନେଶ୍ବର: ରାଜଧାନୀରେ ପ୍ରଚଣ୍ଡ ତାତି। ଆକଶରୁ ନିଆଁ ବର୍ଷା। ଆଜି ଦିନ ସାଢେ ଦୁଇଟା ସୁଦ୍ଧା ରାଜଧାନୀ ଭୁବନେଶ୍ବର ସବୁଠୁ ତତଲା ସହର । ଭୁବନେଶ୍ବରରେ ରେକର୍ଡ ହୋଇଛି ୪୩.୬ ଡିଗ୍ରୀ ତାପମାତ୍ରା । ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୬ ସହରର ତାପମାତ୍ରା ୪୧ଡିଗ୍ରୀ ଉପରେ ରହିଥିବାବେଳେ ୩ ସହରର ପାରଦ ୪୨ଡିଗ୍ରୀରୁ ଅଧିକ ରହିଛି । ଝାରସୁଗୁଡ଼ା ହୋଇଛି ରାଜ୍ଯର ଦ୍ବିତୀୟ ଉତ୍ତପ୍ର ସହର। ଝାରସୁଗୁଡ଼ାରେ ୪୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବାଲେଶ୍ୱରରେ ୪୨.୨, ସମ୍ବଲପୁରରେ ୪୧.୭, ହୀରାକୁଦରେ ୪୧.୪, ଚାନ୍ଦବାଲିରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି କେନ୍ଦୁଝରରେ ୪୦.୯, ରାଉରକେଲାରେ ୪୦.୨, ପାରାଦୀପରେ  ୩୬.୩, ପୁରୀରେ ୩୫ ଓ ଗୋପାଳପୁରରେ ୩୪.୮ ଡିଗ୍ରୀ ପାରଦ ରେକର୍ଡ ହୋଇଛି। ଆଜି ଓ କାଲି ରାଜ୍ୟରେ ସିଭିୟର ହିଟ୍ଓ୍ବେଭ୍ ଆଲର୍ଟ ଜାରି ହୋଇଛି। ଆସନ୍ତା ୨୦ ତାରିଖ ଯାଏଁ ଏଭଳି ତାତି ଜାରି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।