spot_img

Latest Posts

ଏଣିକି ଉମଙ୍ଗ ଆପ୍‌ରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ରିପୋର୍ଟ…

ଭୁବନେଶ୍ୱର: ଏଣିକି ଘରେ ବସି ମୋବାଇଲ୍‌ ଆପ୍‌ ମାଧ୍ୟମରେ ପାଇ ପାରିବେ ପାଣିପାଗର ଆଗୁଆ ସୂଚନା । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ୨୦୧୭ରେ ଲଞ୍ଚ ହୋଇଥିବା ଉମଙ୍ଗ ଆପ୍‌ରେ ଶନିବାର ଯୋଡ଼ି ହୋଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର । ନିଜ ଅଞ୍ଚଳର ବର୍ଷା ପବନ ସହ ଆଦ୍ରତା ବିଷୟରେ ଅତି ସହଜରେ ଏହି ଉମଙ୍ଗ ଆପ୍‌ ମାଧ୍ୟମରେ ଯେ କେହି ବି ଜାଣିପାରିବ ।

ଏହି ଆପ୍‌ରେ ପ୍ରାୟ ୧୫୦ଟି ଦେଶର ପାଣିପାଗର ସୂଚନା ଉପଲବ୍ଧ ରହିଛି । ଯେକୌଣସି ମୁହୁର୍ତ୍ତ ଏହି ଆପ୍‌ ଦ୍ୱାରା ପାଣିପାଗର ସୂଚନା ମିଳିପାରିବ । ଦିନକୁ ୮ଥର ଏହି ଆପ୍‌ରେ ପାଣିପାଗ ସୂଚନା ଅପ୍‌ଡେଟ୍‌ କରାଯିବ । ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ଅପ୍‌ଡେଟ୍‌ କରାଯିବ । ୪୫୦ଟି ସହରର ସୂଚନା ଦିନକରେ ୨୫ଥର ପାଇବା ସହ ଆଗାମୀ ୭ ଦିନର ପାଣି ପାଗ ଅପଡେଟ୍‌ ଏହି ଆପ୍‌ରେ ଉପଲବ୍ଧ ହେବ । ସୂର୍ଯ୍ୟଦୋୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ, ନିଜ ଅଚଂଳର ଟିକି ନିଖି ପାଣିପାଗ ଖବର ସାଧାରଣ ଲୋକେ ଏହି ଆପ୍‌ ମାଧ୍ୟମରେ ପାଇ ପାରିବେ ।

Latest Posts

Don't Miss