spot_img

Latest Posts

ଜଳାନ୍ତକ ମୁକ୍ତ ହେବ ଭୁବନେଶ୍ବର: ଦେଶର ପ୍ରଥମ ସହର ଭାବେ ବିଏମସିର ପଦକ୍ଷେପ

ଜଳାନ୍ତକ ମୁକ୍ତ ହେବ ଭୁବନେଶ୍ବର । ଦେଶର ପ୍ରଥମ ସହର ଭାବେ ବିଏମସିର ପଦକ୍ଷେପ । ପାଇଁ କୁକୁର ଆତଙ୍କରୁ ରାଜଧାନୀବାସୀଙ୍କ ମିଳିବ ମୁକ୍ତି । ବିଏମସି ପକ୍ଷରୁ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ବାକ୍ଷରିତ । ଦେଶର ପ୍ରଥମ ଜଳାନ୍ତକ ମୁକ୍ତ ସହର ପାଇଁ ଆଗକୁ ପାଦ ବଢ଼ାଇଛି ଭୁବନେଶ୍ବର ମହାନଗର ନିଗମ । ମିଶନ ରାବିଜ୍, ଭାରତ ବିଶ୍ୱବ୍ୟାପୀ ପଶୁଚିକିତ୍ସା ସେବା ଏବଂ ପଶୁଚିକିତ୍ସା ବିଜ୍ଞାନ ଏବଂ ପଶୁପାଳନ ମହାବିଦ୍ୟାଳୟ ମଧ୍ୟରେ ଏନଇ ଏକ ତ୍ରିପାକ୍ଷିକ ଚୁକ୍ତି ସ୍ବାକ୍ଷରିତ ହୋଇଛି । ବୈଷୟିକ ଏବଂ ବୈଜ୍ଞାନିକ ସହଯୋଗ ସ୍ଥାପନ କରିବା ପାଇଁ ବୁଝାମଣା ସ୍ୱାକ୍ଷର କରିଛି ବିଏମସି । ପ୍ରଶିକ୍ଷଣ, SOP ବିକାଶ ଏବଂ କ୍ଷେତ୍ର କାର୍ଯ୍ୟ ମାଧ୍ୟମରେ BMCର ସଂସ୍ଥାଗତ କ୍ଷମତା ବୃଦ୍ଧି କରାଯିବ । ଏହା ସଫଳ ହେଲେ ଦେଶର ପ୍ରଥମ ରାବିଜ ମୁକ୍ତ ସହର ହେବ ରାଜଧାନୀ ଭୁବନେଶ୍ବର ।

ବିଏମସି ଅଧୀନରେ ଥିବା ସମସ୍ତ ଅଞ୍ଚଳରେ ପ୍ରାୟ ୪୮ ହଜାର ବୁଲା କୁକୁର ଅଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩୦ ହଜାର ଭ୍ୟାକ୍ସନ ଆସିବ । ପ୍ରାଥମିକ ଭାବେ ୭୦ ପ୍ରତିଶତ କୁକୁରଙ୍କୁ କରାଯିବ ଭାକ୍ସନେସନ । ଆସନ୍ତା ମାର୍ଚ୍ଚରୁ ଆରମ୍ଭ ହେବ ଟିକାକରଣ ପକ୍ରିୟା । ଏକବର୍ଷ ଭିତରେ ସମସ୍ତ ପ୍ରକ୍ରିୟା ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପକ୍ରିୟାରେ ଟେକ୍ନିକାଲ ସପୋର୍ଟ, ଭେଟେନାରୀ କଲେଜରେ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଏନଜିଓ ମଧ୍ୟ ସାମିଲ ହେବେ । ଭାକ୍ସିନେସନ ପରେ ବୁଲା କୁକୁରଙ୍କ ସେରୋ ସର୍ଭେଲାନ୍ସ ଟେଷ୍ଟ କରାଯିବ । ସେମାନଙ୍କ ଆଣ୍ଟି ବଡ଼ି ଡେଭଲପ ହୋଇଛି କି ନାହିଁ ପରୀକ୍ଷା କରାଯିବ । ଏହାସହ ମାଲିକମାନେ ଚାହିଁରେ ସେମାନଙ୍କ ପୋଷା କୁକୁରଙ୍କୁ ମଧ୍ୟ ଭାକସିନ ଦେଇ ପାରିବେ । ପୂର୍ବରୁ ୨୦୨୨ ମସିହାରୁ ବୁଲା କୁକୁରଙ୍କ ପାଇଁ ଏହି ଭାକ୍ସିନେସନ କାର୍ଯ୍ୟ ଆରମ୍ଭ କରିଥଲା ବିଏମସି । ଏହି କାର୍ଯ୍ୟକ୍ରମ ଜରିଆରେ ଆଜି ଯାଏ ମାତ୍ର ୪ ହଜାର ୭୪୯ ବୁଲା କୁକୁରଙ୍କୁ ଭାକ୍ସିନେସନ କରାଯାଇଛି ।

Latest Posts

Don't Miss